ରାଜ କୁନ୍ଦ୍ରାଙ୍କ ଗିରଫଦାରୀକୁ ନେଇ କହିଲେ ସୋମି ଅଲୀ; ପର୍ଣ୍ଣ ଇଣ୍ଡଷ୍ଟ୍ରି ଏକ ପ୍ରୋଫେସନ୍‌, କୌଣସି ଜବରଦସ୍ତି ହୁଏ ନାହିଁ

Published By : Prameya-News7 Bureau | July 28, 2021 IST

ମୁମ୍ବାଇ ୨୮/୭: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ (ପର୍ଣ୍ଣ) ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଛି। ତାଙ୍କ ଉପରେ ପର୍ଣ୍ଣ କଣ୍ଟେଣ୍ଟ ପ୍ରଡକ୍ସନ ଏବଂ ବିତରଣକୁ ନେଇ ମାମଲା ହୋଇଛି । ଏହାକୁ ନେଇ ଅଭିନେତ୍ରୀ ସୋମି ଅଲୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯେଉଁମାନେ ପର୍ଣ୍ଣକୁ ନିଜର ବୃତ୍ତି ଭାବେ ବାଛୁଛନ୍ତି ତାଙ୍କୁ ଜଜ୍‌ କରିବାକୁ ଚାହୁଁନାହିଁ। ଏଥିରେ କାହା ସହିତ କୌଣସି ପ୍ରକାର ଜବରଦସ୍ତି କରାଯାଏନାହିଁ ବୋଲି ସୋମି କହିଛନ୍ତି।

ଏକ ନ୍ୟୁଜ ପୋର୍ଟାଲ ସହ କଥା ହେଉଥିବା ବେଳେ ଅଲୀ କହିଛନ୍ତି, ‘ଆମେ ଯେତେବେ​‌ଳେ ପର୍ଣ୍ଣ ଏବଂ ସେକ୍ସ ସହ ଜଡ଼ିତ ମାମଲା ଉପରେ କଥା ହୁଅନ୍ତି ତେବେ ଲୋକଙ୍କ ମନରେ ଜାଣିବାକୁ ଇଚ୍ଛା ହୁଏ। ଯେଉଁମାନେ ପର୍ଣ୍ଣକୁ ନିଜର ପ୍ରୋଫେସନ୍‌ ଭାବେ ବାଛିଛନ୍ତି ମୁଁ ତାଙ୍କୁ ଜଜ୍‌ କରୁନାହିଁ।  ଯେପର୍ଯ୍ୟନ୍ତ କାହା ସହ କୌଣସି ପ୍ରକାର ଜବଦଦସ୍ତି ହୋଇନାହିଁ।’ 

ପର୍ଣ୍ଣକୁ ନିଜର ବୃତ୍ତି କରିଥିବା ବ୍ୟକ୍ତିଙ୍କୁ ନା ତାଙ୍କୁ ନା ଆଉ କାହାକୁ ଜଜ୍‌ କରିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି। ଏବେ ସମୟ ଆସଛି ଦେଶରେ ସେକ୍ସ ଏଜୁକେସନକୁ ବଢ଼ାଇବା ଦରକାର ବୋଲି ଅଭିନେତ୍ରୀ ସୋମି ଅଲୀ କହିଛନ୍ତି। ଏହା ସହ ଓ୍ବେବ୍‌ ସିରିଜ୍‌ରେ ଦେଖାଯାଉଥିବା ଇଣ୍ଟିମେଣ୍ଟ ଏବଂ ବୋଲ୍ଡ ସିନ୍ସ ସମ୍ପର୍କରେ ମଧ୍ୟ ସୋମି କମେଣ୍ଟ କରିଛନ୍ତି।

ସୋମିଙ୍କ ମତରେ ଇଣ୍ଟିମାସି ବିନା ଇଣ୍ଟିମେଣ୍ଟ ଲଭ୍‌ ହୋଇପାରେ ନାହିଁ। କିସିଂ ସିନ୍‌ ଏକ ପ୍ରକାର ନର୍ମ ହେବା ଦରକାର। ଏହା ଏକ ପାଦ ବଢ଼ିବା ଭଳି, ତାହା ବି ୨୦୨୧ରେ ଯେଉଁଠି ଆମେ ସବୁ ବହୁ ଫରଓ୍ବାର୍ଡ ହେଉଛନ୍ତି। ଏହା ଏକ ପ୍ରକାର ଆର୍ଟ ଏବଂ ରିୟଲିଷ୍ଟିକ୍‌ ମଧ୍ୟ। ଯଦି ପର୍ନୋଗ୍ରାଫିରେ କୌଣସି ଆର୍ଟିଷ୍ଟକୁ ଆଘାତ ଲାଗୁଛି ତେବେ ମୁଁ ତା ବିରୋଧରେ ବୋଲି ସୋମି ଅଲୀ କହିବା ସହ କାହାକୁ ଜଜ୍‌ କରିବାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.