ପର୍ଣ୍ଣୋଗ୍ରାଫି କାରବାରରେ ଏକାସାଙ୍ଗରେ କାମ କରୁଥିଲେ ରାଜ କୁନ୍ଦ୍ରା ଓ ଶେର୍ଲିନ୍ ଚୋପ୍ରା: ଟଙ୍କା ପାଇଁ ଭାଙ୍ଗିଥିଲା ଚୁକ୍ତି

Published By : Prameya-News7 Bureau | July 21, 2021 IST

ମୁମ୍ବାଇ ୨୧/୦୭ : ଉଭୟ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପର୍ଣ୍ଣ ଫିଲ୍ମ ନିର୍ମାଣ ଏବଂ ଆପରେ ଅପଲୋଡ୍ ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା। ଜୁଲାଇ ୨୩ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ସହଯୋଗୀ ତଥା ଆଇଟି ହେଡ୍ ରିଆନ୍ ଜନ୍ (ରିଆନ୍ ଥାରପ)କୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଶେର୍ଲିନ୍ ଚୋପ୍ରା ଏବଂ ରାଜ କୁନ୍ଦ୍ରାଙ୍କ ମଧ୍ୟରେ ହୋଇଥିବା ବ୍ୟବସାୟିକ ଚୁକ୍ତିକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ବର୍ଷ ପୁନମ ପାଣ୍ଡେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ଠକେଇ ମାମଲା ଦାୟର କରିଥିଲେ। କିଛି ସମୟ ପରେ ଶେର୍ଲିନ୍ ଚୋପ୍ରା ମଧ୍ୟ ଅଭିଯୋଗ କରିଥିଲେ ଯେ ରାଜ କୁନ୍ଦ୍ରା ହିଁ ତାଙ୍କୁ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଣିଥିଲେ। ମହାରାଷ୍ଟ୍ର ସାଇବର ସେଲକୁ ଦେଇଥିବା ବୟାନରେ ଶେର୍ଲିନ୍ ଏହା ଖୁଲାସା କରିଥିଲେ। ଗତ ବର୍ଷ ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ କୁନ୍ଦ୍ରା କୋର୍ଟରୁ ଅନ୍ତରୀଣ ଜାମିନ ପାଇଥିଲେ ଏବଂ ଚଳିତ ମାସ ଶେଷ ସୁଦ୍ଧା ଜାମିନ ଆବେଦନ ଉପରେ ଚୂଡ଼ାନ୍ତ ଶୁଣାଣି ହେବ।

ମହାରାଷ୍ଟ୍ର ସାଇବର ସେଲକୁ ଦେଇଥିବା ବୟାନରେ ଶେର୍ଲିନ୍ ଖୁଲାସା କରିଥିଲେ ଯେ ପ୍ରତ୍ୟେକ ପ୍ରୋଜେକ୍ଟ ପାଇଁ ତାଙ୍କୁ ୩୦ ଲକ୍ଷ ଟଙ୍କା ପେମେଣ୍ଟ କରାଯାଉଥିଲା। ଶେର୍ଲିନ୍ କହିଛନ୍ତି ଯେ ସେ ୧୫ ରୁ ୨୦ ଟି ପ୍ରୋଜେକ୍ଟ କରିଛନ୍ତି। ଏହା ପରେ ଶେର୍ଲିନ୍ ପୋଲିସ ସମ୍ମୁଖରେ ରାଜ କୁନ୍ଦ୍ରାଙ୍କ ନାଁ ନେଇଥିଲେ।

କିନ୍ତୁ ଶେର୍ଲିନ୍ ଜାଣିପାରିଥିଲେ ଯେ ଚୁକ୍ତିନାମା ଅନୁଯାୟୀ ତାଙ୍କୁ ଟଙ୍କା ମିଳୁନାହିଁ। ତେଣୁ ବର୍ଷେ ପରେ ଏହି ଚୁକ୍ତିନାମା ଶେଷ କରିବାକୁ କହିଥିଲେ। ଶେର୍ଲିନ୍ ପୁନର୍ବାର ନିଜର ଏକ ଆପ୍ ତିଆରି କଲେ ଏବଂ ଏହା କିଛି ମାସ ପାଇଁ ଏଥିରେ ଭଲ କାମ କରିଥିଲେ। କିନ୍ତୁ ଅଗଷ୍ଟ ୨୦୨୦ ରେ ତାଙ୍କର କଣ୍ଟେଣ୍ଟ ଚୋରି ହୋଇଥିଲା ଓ ସେଥିପାଇଁ ସେ ଏକ ଅଭିଯୋଗ ରୁଜ୍ଜୁ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ପୁନମ ପାଣ୍ଡେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ଠକେଇ ମାମଲା ଦାୟର କରିଥିଲେ। ପୁନମ ପାଣ୍ଡେ ଅଭିଯୋଗ କରିଥିଲେ ଯେ ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ନିଜ ଆପରେ ତାଙ୍କ ଫଟୋ ଏବଂ ଭିଡିଓ ବ୍ୟବହାର କରୁଛନ୍ତି। ବମ୍ବେ ହାଇକୋର୍ଟରେ ସୂଚନା ଦେଇ ପୁନମ କହିଥିଲେ ଯେ ରାଜ ଏବଂ ତାଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ଯାହାକୁ ସେ କରିସାରିଛନ୍ତି। ତା’ପରେ କିଛି ଟଙ୍କା କାରବାରକୁ ନେଇ ପୁନମ ଏବଂ ରାଜ କୁନ୍ଦ୍ରାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.