ରାଜ କପୁରଙ୍କ ସ୍ତ୍ରୀ କୃଷ୍ଣା ରାଜ କପୁରଙ୍କ ପରଲୋକ
1/10/2018 at 12:09 PM

ମୁମ୍ବାଇ ୧/୧୦ : ରାଜ କପୁରଙ୍କ ସ୍ତ୍ରୀ କୃଷ୍ଣା ରାଜ କପୁରଙ୍କ ଆଜି ପରଲୋକ ହୋଇଛି | ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା | ସେ ବହୁତ ଦିନରୁ ଅସୁସ୍ଥ ଥିଲେ | ଆଜି ସକାଳ ୫ଟା ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ତାଙ୍କ ମୃତ୍ୟୁ ଖବର ପାଇବା ପରେ ହିନ୍ଦୀ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି | ତାଙ୍କ ମୃତ୍ୟୁ ପରେ ହିନ୍ଦୀ ସିନେମା ଜଗତର ବହୁ ଆଗଧାଡ଼ିର ଅଭିନେତା ଅଭିନେତ୍ରୀ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |
ରବୀନା ଟଣ୍ଡନ ଟ୍ୱିଟ କରି କହିଛନ୍ତି “କୃଷ୍ଣା ରାଜ କପୁରଙ୍କ ସହିତ ଗୋଟିଏ ଯୁଗର ପରିସମାପ୍ତି ଘଟିଛି | ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ |”
ଅମୀର ଖାନ ଟ୍ୱିଟ କରି କହିଛନ୍ତି ” କୃଷ୍ଣା ରାଜ କପୁର ଜଣେ ଜୀବନ୍ତ ଅନୁଷ୍ଠାନ ”
ଅନୁପମ ଖେର ଟ୍ୱିଟ କରି କହିଛନ୍ତି ” ସେ ହିନ୍ଦୀ ଚଳଚିତ୍ର ଜଗତର ସବୁଠାରୁ ସମ୍ମାନ ଜନକ ଏବଂ ସ୍ନେହୀ ମହିଳା ଥିଲେ | ଏହା ସହ ସେ ସମଗ୍ର କପୁର ପରିବାରକୁ ସାନ୍ତ୍ୱନା ଜଣାଇଛନ୍ତି |”
ରଣବୀର କପୁର କପୁର ବଂଶରେ କୃଷ୍ଣା ରାଜ କପୁରଙ୍କର ସବୁଠାରୁ ପ୍ରିୟ ଥିଲେ | ରଣବୀର ମଧ୍ୟ ନିଜ ଜେଜେମା ଙ୍କୁ ସବୁଠୁ ଅଧିକ ସ୍ନେହ କରୁଥିଲେ | କୃଷ୍ଣା ରାଜ କପୁର ରଣବୀରଙ୍କ ଅଭିନୀତ ସମସ୍ତ ଫିଲ୍ମ ଦେଖନ୍ତି | ରଣବୀର ଜେଜେମାଙ୍କୁ ନିଜର ସବୁଠୁ ବଡ ସମୀକ୍ଷକ ବୋଲି ମାନୁଥିଲେ |