ନିର୍ବାଚନରେ ବିଜୟ ପାଇଁ ହନୁମାନଙ୍କ ଶରଣ ନେଲେ ରାଜ ବବର; ହନୁମାନଙ୍କ କାନରେ କହିଲେ ମନୋସ୍କାମନା, ବସାଇଲେ ସଂକଳ୍ପ ଗୁଆ

Published By : Prameya-News7 Bureau | March 25, 2019 IST

ଗୁଆଲିୟର ୨୫/୩ : ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର ଆଜି ସକାଳୁ ଗୁଆଲିୟରରେ ପହଂଚିଥିଲେ | ସେ ରାମବାଗ କଲୋନୀରେ ଥିବା ସଙ୍କଟ ମୋଚନ ଶ୍ରୀହନୁମାନଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ | ହନୁମାନଙ୍କ ପରିକ୍ରମା କରିବା ପରେ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଲିଖିତ ଭାବେ ହନୁମାନଙ୍କ ପାଖରେ ପ୍ରାର୍ଥନା କରିଥିଲେ | ଏହାପରେ ସେ ହନୁମାନଙ୍କ କାନରେ ନିଜ ମନୋସ୍କାମନା କହି ସଂକଳ୍ପ ଗୁଆ ବସାଇଥିଲେ |

ମନ୍ଦିରର ମୁଖ୍ୟ ପୂଜାରୀ ସୂର୍ଯ୍ୟକାନ୍ତ ଶର୍ମା ରାଜ ବବରଙ୍କ ପାଇଁ ପୂଜା କରିଥିଲେ | ରାଜ ବବର ଏହି ମନ୍ଦିରକୁ ପ୍ରଥମଥର ପାଇଁ ୨୦୦୯ ମସିହାରେ ଆସିଥିଲେ | ସେତେବେଳେ ସେ ଫିରୋଜବାଦ ଆସନରୁ ମୁଲାୟମ ସିଂଙ୍କ ପୁତ୍ରବଧୁଙ୍କ ବିପକ୍ଷରେ ଲଢ଼ିଥିଲେ | ମୁଲାୟମ ସିଂଙ୍କ ପୁତ୍ରବଧୁ ତଥା ସପା ପ୍ରାର୍ଥୀ ଡିମପାଲ ଯାଦବଙ୍କୁ ରାଜ ବବର ପରାସ୍ତ କରି ଜୟଯୁକ୍ତ ହୋଇଥିଲେ | ସେଥିପାଇଁ ସେ ବହୁ ଆଶା ନେଇ ଆଜି ମଧ୍ୟ ହନୁମାନଙ୍କ ନିକଟରେ ସଂକଳ୍ପ କରିଛନ୍ତି |


ରାଜ ବବର ଏଥର ଫତେପୁରସିକ୍ରି ଆସନରୁ ଲଢ଼ିବେ | ଦଳ ପ୍ରଥମେ ତାଙ୍କୁ ମୁରାଦବାଦ ଆସନ ପାଇଁ ଟିକେଟ ଦେଇଥିଲେ | କିନ୍ତୁ ସେ ନିଜେ ଫତେପୁରସିକ୍ରି ଆସନ ପାଇଁ ଟିକେଟ ଦାବି କରିଥିଲେ | ତାଙ୍କ ଦାବି ମୁତାବକ ତାଙ୍କୁ ଫତେପୁରସିକ୍ରି ଆସନ ଦିଆଯାଇଛି | ୨୦୧୪ ମସିହା ଲୋକସଭା ନିର୍ବାଚନ ବେଳେ ରାଜ ବବର ଗାଜିଆବାଦ ଆସନରୁ ଲଢ଼ିଥିଲେ | ବିଜେପିର ବି.କେ.ସିଂ ରାଜ ବବରଙ୍କୁ ବହୁ ସଂଖ୍ୟକ ଭୋଟରେ ପରାସ୍ତ କରିଥିଲେ | ବି.କେ.ସିଂଙ୍କୁ ୭୫୮୪୮୨ ଭୋଟ ମିଳିଥିବାବେଳେ ରାଜ ବବରଙ୍କୁ ମାତ୍ର ୧୯୧୨୨୨ ଭୀତ ମିଳିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.