୨୨ ବର୍ଷ ପୁରୁଣା ମାମଲାରେ ଆତ୍ମସମର୍ପଣ କଲେ ରାଜ ବଵର: ମିଳିଲା ଜାମିନ
8/01/2019 at 1:20 PM

ଲକ୍ଷ୍ନୌ ୮/୧ : ୨୨ବର୍ଷ ତଳର େକ ମାମଲାରେ୍ ପୂର୍ବତ୍ତନ ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବବର ଅଦାଲତରେ ଆତ୍ମସମର୍ପଣ କରିଛନ୍ତି | ଆତ୍ମସମର୍ପଣ ପରେ ତାଙ୍କୁ ଜାମିନ ମିଳିଛି ଲକ୍ଷ୍ନୌର ବଜିରଗଞ୍ଜ ଥାନାରେ ୧୯୯୬ ମସିହାରେ ରାଜ ବବରଙ୍କ ବିରୋଧରେ ଏହି ମାମଲା ରୁଜ୍ଜୁ ହୋଇଥିଲା |
ରାଜ ବବରଙ୍କ ଓକିଲ ଶିତଳା ପ୍ରସାଦ ମିଶ୍ର, ଉମାଶଙ୍କର ତିୱାରୀ ଏବଂ ଅନ୍ୟ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ବିଚାରପତି ପବନ କୁମାର ତିୱାରୀ ଜାମିନ ପ୍ରଦାନ କରିଥିଲେ | ୨୦ ହଜାର ଟଙ୍କାର ଦୁଇଟି ମୁଚାଲିକା ଦେବାପରେ ରାଜ ବବରଙ୍କ ଜାମିନ ପାଇଥିଲେ |
ସୂଚନାଯୋଗ୍ୟ ଯେ, ୧୯୯୬ ମସିହା ଲକ୍ଷ୍ନୌର ବଜିରଗଞ୍ଜ ଥାନାରେ ନିର୍ବାଚନ ଅଧିକାରୀ କୃଷ୍ଣ ସିଂ ରାଜଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ | ମେ ମାସ ୨ ତାରିଖରେ ସାଂସଦ ରାଜ ବବର ନିଜ ସମର୍ଥକଙ୍କ ସହ ନିର୍ବାଚନ କେନ୍ଦ୍ରକୁ ଯାଇ ମିଛ ନିର୍ବାଚନ ଚାଲୁଥିବା ଅଭିଯୋଗ କରିଥିଲେ | ଏନେଇ ଥାନାରେ ରାଜଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ ନିର୍ବାଚନ ଅଧିକାରୀ | ପୋଲିସ ଏଜେଣ୍ଟ ଶିବ କୁମାର ସିଂଙ୍କୁ ରାଜ ବବର ଗାଳିଗୁଲଜ କରିବା ସହ ଚାପୁଡ଼ା ମଧ୍ୟ ମାରିଥିଲେ | ଏନେଇ କେତେ ବର୍ଷ ଯାଏଁ ଏହି ମାମଲା ଚାଲିବା ପରେ ୨୦୦୩ ମସିହାରେ ମାମଲା କୋର୍ଟରେ ପହଞ୍ଚିଥିଲା | ଅଭିଯୁକ୍ତମାନେ କୋର୍ଟରେ ହାଜିର ନହେବା ଯୋଗୁଁ ଜାମିନ ଆବେଦନ ଖାରଜ ହୋଇଥିଲା | କୋର୍ଟରେ ହାଜର ନହେବା ଯୋଗୁଁ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ କୋର୍ଟ |