ଦଳର ପରାଜୟ ପାଇଁ ନିଜକୁ ଦାୟିକରି ୟୁପି ପିସିସି ଅଧ୍ୟକ୍ଷ ପଦରୁ ରାଜ ବାବରଙ୍କ ଇସ୍ତଫା

Published By : Prameya-News7 Bureau | May 24, 2019 IST

ଲକ୍ଷ୍ନୌ ୨୪।୫: ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବଲିଉଡ ଅଭିନେତା ରାଜ ବାବର। ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ନିମନ୍ତେ ପିସିସି ସଭାପତି ଭାବେ ସେ ନିଜକୁ ଦାୟିକରି ଏଭଳି ପଦକ୍ଷେପ ନେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ଶୁକ୍ରବାର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡିଛି। ୟୁପିରେ ଲୋକସଭାର ୮୦ଟି ଆସନରୁ କଂଗ୍ରେସକୁ ମାତ୍ର ଗୋଟିଏ ମିଳିଛି।  ଯାହାକି ବାସ୍ତବିକ ଅପମାନଜନକ। ଏଥିପାଇଁ ରାଜ ବାବର ନିଜ ଆଡୁ ଦଳର ଜାତୀୟ ସଭାପତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

{"id":115555}

ଚଳିତ ନିର୍ବାଚନରେ ରାଜ ବାବର ପ୍ରଥମେ ୟୁପିର ମୁରାଦାବାଦରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ସେଠାରେ ପ୍ରତିଦ୍ବନ୍ଦ୍ବୀତା କରିବାକୁ ଆଗ୍ରହୀ ନ ହେବାରୁ ତାଙ୍କୁ  ଫତେପୁରସିକ୍ରିରେ ପ୍ରାର୍ଥୀ କରାଯାଇଥିଲା। ତେବେ ବିଜେପି ପ୍ରାର୍ଥୀ ରାଜକୁମାର ଚାହର ତାଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ ବାବର ଏକ ଟ୍ବିଟ୍ ବାର୍ତ୍ତାରେ 'ଜନତାଙ୍କ ବିଶ୍ବାସ ହାସଲ କରିପାରିଥିବାରୁ ବିଜେତାଙ୍କୁ ତାଙ୍କର ଅଭିନନ୍ଦନ ଜଣାଇବା ସହ ୟୁପି କଂଗ୍ରେସର ପ୍ରଦର୍ଶନ ବାସ୍ତବିକ ନିରାସାଜନକ ବୋଲି ଉଲ୍ଲେଖ କରିଛନ୍ତି' । ଏଥି ସହିତ ପରିଣାମ ପାଇଁ ସେ ନିଜ ଦୋଷ ସ୍ବୀକାରକରିବା ସହ ଦଳର ନେତୃତ୍ବଙ୍କୁ ଭେଟି ନିଜ କଥା ରଖିବେ ବୋଲି ଉଲ୍ଲେଖ କରିଥିଲେ।

{"id":115561,"width":585,"height":325}

ରାଜ ବାବର ୧୯୮୯ ମସିହାରେ ସିନେମା ଜଗତରୁ ରାଜନୀତିକୁ ପ୍ରବେଶ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି.ପି.ସିଂହଙ୍କ ନେତୃତ୍ବ ରାଜ ଜନତା ଦଳରେ ଯୋଗଦେଇଥିବା ବେଳେ ପରେ ସମାଜବାଦୀ ପାର୍ଟିରେ ଯୋଗଦେଇଥଲେ। ତେବେ  ଦଳରୁ ବହିଷ୍କୃତ ହେବା ପରେ ପ୍ରଦେଶରେ କଂଗ୍ରେସ ଭାଗ୍ୟଡୋରୀ ସମ୍ଭାଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.