Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ମୋଦିଙ୍କ ମାଆଙ୍କର ବୟସ ଖସିଗଲା ପରି ଟଙ୍କାର ମୂଲ୍ୟ ଖସିଚାଲିଛି ବୋଲି ରାଜ୍ ବବରଙ୍କ ମନ୍ତବ୍ୟକୁ ନେଇ ଝଡ

23/11/2018 at 8:09 PM

ଅହମଦାବାଦ;୨୩/୧୧  ଡ଼ଲାର ତୁଳନାରେ ଟଂକାର ମୂଲ୍ୟ ଖସିଯିବା  ଠିକ ମୋଦୀଙ୍କର ମାଆଙ୍କରବୟସ ଖସିଯିବା ପରି ବୋଲି  କହିଛନ୍ତି କଂଗ୍ରେସନେତା ରାଜବବର   । ଏ ବାବଦରେ ବିଜେପି ଉଭୟ ରାଜବବର ଓ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀଂକ ଠାରୁ କ୍ଷମା ପ୍ରାର୍ଥନା ଚାହିଁଛି  । ଏହାକୁ ନିନ୍ଦାକରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କହିଛନ୍ତି –ଏହା  ନିଶ୍ଚିତଭାବେ ଅପମାନଜନକ ମନ୍ତବ୍ୟ  ।  ଡ଼ଲାରର ମୁଲ୍ୟ ବର୍ଷେହେଲା ସିନା ଲଗାତର କମିଚାଲିଛି ,ହେଲେ ମୋଦୀଙ୍କର ମାଆ ୯୦ବର୍ଷରୁ ଅଧିକ ବୟସ୍କ ।    ମୋଦୀଙ୍କର ମାଆ ସହିତ ଟଂକାକୁ ତୁଳନା କରିବା ଆଦୌ ଠିକ ନିହେଁ ବୋଲି ରୁପାନୀ କହିଛନ୍ତି ।

ଏବାବଦରେ ରାଜବବର  ମଧ୍ୟ ଜବାବ ରଖିଛନ୍ତି –ମୋଦୀ  ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏଭଳି ମନ୍ତବ୍ୟ ମଧ୍ୟ ମନମୋହନ ସିଂହକୁ  ଦେଇଥିଲେ  । ସେତେବେଳେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ । ସେ କହିଥିଲେ –ଟଂକାର ମୂଲ୍ୟ ଠିକ ମନମୋହନ ସିଂହଙ୍କର ବୟସ କମିବା ପରି କମିଚାଲିଛି ।

ଏବାବଦରେ ବିଜେପିର ମୁଖପାତ୍ର ସଂବିତ ପାତ୍ର କହିଛନ୍ତି – ମାଆକୁ ରାଜନୀତି ଭିତରକୁ ଆଣି ଏଭଳି ଅଶାଳୀନ ମନ୍ତବ୍ୟ ଦେବା ଉଚିତ ନୁହେଁ  । ଏହା ନିହାତି ଭାବରେ ଅସମ୍ମାନଜନକ କଥା । ଏଥିପାଇଁ ରାହୁଳ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି ଇନ୍ଦୋରରେ ସେ ସାମ୍ବାଦିକ ମାନଂକୁ  କହିଛନ୍ତି  ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ରୁପାନୀ କହିଛନ୍ତି –କଂଗ୍ରେସ ଲୋକମାନଂକ ଠାରୁ ଜନସମର୍ଥନ ଆସ୍ତେ ଆସ୍ତେ ହରାଇବା କାରଣରୁ ଏଭଳି  ନୈରାଶ୍ୟଜନକ ମନ୍ତବ୍ୟ ଦେଉଛି । କଂଗ୍ରେସ ନେତାମାନେ ଏଭଳି ଅସମ୍ମାନଜନକ ମନ୍ତବ୍ୟଦେବାରୁ ବିରତ ରୁହନ୍ତୁ । ରାଜନୀତି ଓ ଜନସାଧାରଣଂକୁ ମଧ୍ୟ ସମ୍ମାନ ଦେବା ଶିଖନ୍ତୁ । ରାଜବବରଂକ ଏଭଳି ମନ୍ତବ୍ୟକୁ ମୁଁ ନିନ୍ଦା କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି –ଟଂକା ସହ ମୋଦିଙ୍କର ମାଆଙ୍କର ବୟସ ତୁଳନା କରି  ଅତି ଶସ୍ତା ମାନସିକତାର ପରିଚୟ ଦେଇଛନ୍ତି ରାଜବବର  । କଂଗ୍ରେସ ନେତାମାନେ ଲୋକଂକର ସମର୍ଥନ ହରାଇବା ଓ ନିର୍ବାଚନର ପରାଜୟବର କରିବା ଯୋଗୁଁ ହତାଶ ହୋଇ ଏଭଳି ନୈରାଶ୍ୟଜନକ ମନ୍ତବ୍ୟ ଦେଉଛନ୍ତି ।

   Related Posts