Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ତାଲିବାନକୁ ପୋଷିବା ପାକିସ୍ତାନକୁ ପଡିଲା ମହଙ୍ଗା, ଆଫଗାନ ସୀମାରେ ଟଳି ପଡିଲେ ୭ ସୈନିକ

15/09/2021 at 10:29 PM

ନୂଆଦିଲ୍ଲୀ ୧୫।୦୯: ଆଫଗାନିସ୍ତାନରେ ତାଲିବାନକୁ ପାଳିବା ପାକିସ୍ତାନକୁ ପଡିଲା ମହଙ୍ଗା। ପାକିସ୍ତାନର ଅଶାନ୍ତ ଖଇବର ପଖତୁନଖଓ୍ଵା ପ୍ରାନ୍ତରେ ବୁଧବାର ଘଟିଥିବା ଗୁଳି ବିନିମୟରେ ଟଳି ପଡିଲେ ସାତ ପାକିସ୍ତାନ ସୈନିକ। ଏଥିସହ ପାଞ୍ଚ ଆତଙ୍କବାଦୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଇଣ୍ଟର-ସର୍ଭିସେସ୍ ପବ୍ଲିକ ରିଲେସନ(ଆଇଏସପିଆର)ର ବୟାନ ଅନୁଯାୟୀ, ଆତଙ୍କବାଦୀ ଓ ପାକିସ୍ତାନୀ ସେନା ମଧ୍ୟରେ ଗୁଳି ବିନିମୟ ଏକ ଘରୋଇ ପରିସର ନିକଟରେ ଘଟିଥିଲା। ଏଥିରେ ପାକିସ୍ତାନୀ ସେନାର ୭ ଯବାନଙ୍କ ପ୍ରାଣହାନୀ ଘଟିଥିବା ବେଳେ ଛପି ରହିଥିବା ପାଞ୍ଚ ଆତଙ୍କବାଦୀଙ୍କ ସୁରକ୍ଷାବଳ ଗୁଳିରେ ମୃତ୍ୟୁ ଘଟିଛି।

ଖଇବର ପଖତୁନଖଓ୍ଵାର ମୁଖ୍ୟମନ୍ତ୍ରୀ ମହମ୍ମୁଦ ଖାନ ସୈନିକଙ୍କ ବଳିଦାନ ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଆତଙ୍କବାଦ ବିପକ୍ଷ ଲଢେଇରେ ପୂରା ଦେଶ ସଶସ୍ତ୍ର ବଳ ସହିତ ଛିଡା ହୋଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ତାଲିବାନ ଦ୍ଵାରା  ଆଫଗାନିସ୍ତାନ ଉପରେ କବଜା ପରେ ବଲୁଚିସ୍ତାନ ଓ ଖଇବର ପଖତୁନଖଓ୍ଵା ପ୍ରାନ୍ତରେ ଆତଙ୍କବାଦୀ ଘଟଣା ବୃଦ୍ଧି ଘଟିଛି।

ଜୁଲାଇରେ ଖଇବର ପଖତୁନଖଓ୍ଵାରେ ଆତଙ୍କବାଦୀ ଆକ୍ରମଣରେ ନଅ ଚୀନୀ ସୈନିକ ସହିତ ଅତି କମରେ ୧୩ ଜଣଙ୍କ ପ୍ରାଣହାନୀ ଘଟିଥିଲା। ଉପର କୋହିସ୍ତାନ ଜିଲ୍ଲାରେ ନିର୍ମାଣଧୀନ ଦାସୁ ଡ୍ୟାମକୁ ଚୀନ ଇଞ୍ଜିନିୟରିଂ ଏବଂ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ବିସ୍ଫୋରଣରେ ଉଡିଥିଲା। ବିସ୍ଫୋରଣ ପରେ  ବସ୍‌ଟି ଗଭୀର ଖାତରେ ଯାଇ ପଡିଥିଲା।

   Related Posts