Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମିଳୁନି ଚାରି ଦିନର ବାକି ଦରମା: କାମ ବନ୍ଦ କରି ଆନ୍ଦୋଳନରେ ବସିଲେ ସଫେଇ କର୍ମଚାରୀ

29/10/2021 at 5:46 PM

ରାଇରଙ୍ଗପୁର ୨୯/୧୦ : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ସ୍ୱଚ୍ଛତା ପାଇଁ ଦୁଇ ଥର କେନ୍ଦ୍ରୀୟ କାୟାକଳ୍ପ କମିଟି ଦ୍ୱାରା ପୁରଷ୍କୃତ ହୋଇଛି। ଏହାର ଶ୍ରେୟ ସଫେଇ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସମ୍ଭବ ହୋଇଛି। କରୋନା ସମୟରେ ଯେଉଁ ସଫେଇ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ କାମ କରୁଥିଲେ ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହେବା ସହ ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ମାନପତ୍ର ପାଇଛନ୍ତି। ସେମାନେ ଆଜି ନିଜର ହକ୍ ପାଇଁ ଆନ୍ଦୋଳନରେ ବସିବାକୁ ବାଧ୍ୟ ହୋଇଛନ୍ତି।


ସେମାନଙ୍କୁ ମାସରେ ତିରିଶ ଦିନ କାମ କରାଇ ୨୬ ଦିନର ପାରିଶ୍ରମିକ ଦିଆଯାଉଛି । ଏହା ସହ ଇପିଏଫ ଟଙ୍କା କାଟୁଥିବା ବେଳେ ପୁରା ଟଙ୍କାକୁ ଜମା ନକରି ଠିକାଦାର ହଡ଼ପ କରୁଥିବା ଅଭିଯୋଗ କରିଛନ୍ତି ସଫେଇକର୍ମୀ। ସମ୍ପୃକ୍ତ ଠିକା ସଂସ୍ଥାର ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ କାମରୁ ବାହାର କରିବାର ଧମକ ମଧ୍ୟ ମିଳୁଛି।

ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓଲ୍ହାଇବା ସହ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଆଗରେ ଧାରଣାରେ ବସି ପ୍ରତିବାଦ ଜଣାଉଛନ୍ତି। ଯେଉଁ ସଫେଇ କର୍ମଚାରୀଙ୍କ କାମପାଇଁ ରୋଗୀମାନେ ଏକ ସ୍ଵଛ ବାତାବରଣ ପାଇ ପାରୁଛନ୍ତି ସେମାନଙ୍କ ହକ୍ର ଲଢ଼େଇ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଶୀଘ୍ର ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରୁଛନ୍ତି।

   Related Posts