Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିଳମ୍ବରେ ହେଲେବି ଚେତିଲା ପ୍ରଶାସନ, ସ୍ଥାନାନ୍ତର ହେଲା ଦୈନିକ ପରିବା ହାଟ

20/05/2021 at 3:25 PM

ରାଇରଙ୍ଗପୁର, ୨୦/୫: ବିଳମ୍ବରେ ହେଲେବି ପ୍ରଶାସନ ଚେତିଛି l ରାଇରଙ୍ଗପୁର ଡେଲି ମାର୍କେଟରୁ ପରିବା ହାଟକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି l କରୋନା କାଳରେ ଡେଲି ମାର୍କେଟରେ ପ୍ରବଳ ଭିଡରେ କୋଭିଡ ଗାଇଡ଼ ଉଲ୍ଲଂଘନ ସହ ଏହି ପରିବା ହାଟ ଚାଲିଥିଲା l ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଶୁଣୁ ନ ଥିଲା। ବିଭିନ୍ନ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମେଡିଆରେ ଲୋକ ଗହଳିର ଫୋଟ ସେୟାର କରିବା ପରେ ବି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଥିଲା l

ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁ ଘଟଣା ବଢିବାକୁ ଲାଗିବା ଦେଖି ବିଳମ୍ବରେ ହେଲେବି ସ୍ଥାନୀୟ ପ୍ରଶାସନର ଚେତା ପଶିଛି। ରାଇରଙ୍ଗପୁର ମ୍ୟୁନିସିପାଲିଟି ପକ୍ଷରୁ ଆଜିଠୁ ୨୨୦ ନମ୍ବର ଜାତୀୟ ରାଜପଥର ଦୁର୍ଗା ମଣ୍ଡପ ଠାରୁ ଗୋଲେଇଛକ ପର୍ଯ୍ୟନ୍ତ ବଡଦାଣ୍ଡରେ ସକାଳ ୭ ରୁ ୧୧ ପର୍ଯ୍ୟନ୍ତ ପରିବା ହାଟ ଲଗେଇଛି ପ୍ରଶାସନ। ମାର୍କେଟର ଉଭୟ ଗେଟରେ ପୋଲିସ ଚେକିଂ କରି ଛାଡୁଥିବା ବେଳେ ଲୋକେ ଚାଲି ଚାଲି ମାର୍କେଟିଂ କରୁଥିବା ଦେଖିବାକୁ ମିଳିଛି l କଭିଡ ନିୟମ ଅନୁସାରେ ଦୂରତାକୁ ଗୁରୁତ୍ୱ ଦେଇ ପରିବା ଦୋକାନ ବସିଥିବା ଦେଖିବାକୁ ମିଳିଛି।

   Related Posts