ବିଷ ପିଇ ଯୁବକଙ୍କ ମୃତ୍ୟୁ : ଡାକ୍ତରଙ୍କ ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର

Published By : Prameya-News7 Bureau | February 21, 2020 IST

ରାଇରଙ୍ଗପୁର ୨୧।୦୨: ଯୁବକଙ୍କ ବିଷ ପିଇ ଆତ୍ମହତ୍ୟା। ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ମାନିକପୁର ଗାଁରେ ଘଟିଛି ଘଟଣା । ମୃତ ଯୁବକ ହେଲେ ମାନିକପୁର ପବନ ପାତ୍ର ବୋଲି ଜଣାପଡିଛି ।

{"id":227081,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ  ଯୁବକ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରିବାର ଲୋକେ ପବନଙ୍କୁ ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତ କରିଥିଲେ । ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଯୁବକ ଜଣଙ୍କ ବିଷପାନ କଣ ପାଇଁ କରିଛନ୍ତି । ତାହା ଅସ୍ପଷ୍ଟ ଥିବା ବେଳେ ଡାକ୍ତରଙ୍କ ଦୁର୍ବ୍ୟବହାର ଓ ଅବହେଳା ପାଇଁ ପବନର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଇରଙ୍ଗପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.