କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ୪ ରୋଗୀଙ୍କ ମୃତ୍ୟୁ

Published By : Prameya-News7 Bureau | April 17, 2021 IST

ରାୟପୁର ୧୭/୪: ଛତିଶଗଡ଼ ରାଜଧାନୀ ରାୟପୁରରେ ଥିବା କୋଭିଡ୍‌ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତ ଭର୍ତ୍ତି ହୋଇଥିଲେ । ଅଗ୍ନିକାଣ୍ଡରେ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ରାୟପୁରର ପଚପେଡ଼ା ନାକା ପାଖରେ ଥିବା ରାଜଧାନୀ କୋଭିଡ ହସ୍ପିଟାଲରେ ଶୁକ୍ରବାର ନିଆଁ ଲାଗିଥିଲା। ଏହି ହସ୍ପିଟାଲରେ ସାମନ୍ୟ ରୋଗୀଙ୍କ ବ୍ୟତୀତ କୋଭିଡ ଓ୍ବାର୍ଡରେ କରୋନା ଆକ୍ରାନ୍ତ ମଧ୍ୟ ଥିଲେ। କିନ୍ତୁ ଆଜି ପୁଣି ଥରେ ସଟସର୍କିଟ୍‌ ଯୋଗୁ ଆଇସିୟୁରେ ଅଗ୍ନିକାଣ୍ଡ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ପାଖାପାଖି ୫୦ ଜଣ ରୋଗୀ ଥିଲେ।

ଘଟଣା ପରେ ସମସ୍ତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ସେତେବେଳକୁ ୪ ରୋଗୀଙ୍କ ଜୀବନ ଯାଇସାରିଥିଲା। ସେପଟେ ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ପୂର୍ବରୁ ନାଗପୁରର ଏକ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.