Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କୁକୁର ମୃତ୍ୟୁ ପରେ ଭାଙ୍ଗି ପଡି ଆତ୍ମହତ୍ୟା କଲେ ଯୁବତୀ: ସୁଇସାଇଡ୍ ନୋଟ୍‌ରେ ଲେଖିଲେ-‘ମୋତେ ବାବୁ ସାଙ୍ଗେ ପୋତିଦେବ’

19/11/2020 at 6:38 PM

ରାୟପୁର ୧୯/୧୧ : ଛତିଶଗଡ଼ ରାଜଧାନୀ ରାୟପୁରରୁ କିଛି ଦୂର ଗୋରଖା ଗାଁରେ ଏକ ଚକିତ କଲାଭଳି ଘଟଣା ଘଟିଛି। ଜଣେ ୨୩ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଛନ୍ତି। ସେ ନିଜ ପିପୁଷ କୁକୁରକୁ ବହୁତ ସ୍ନେହ କରୁଥିଲେ। କୁକୁରର ମୃତ୍ୟୁ ପରେ ସେ ଭାଙ୍ଗି ପଡ଼ିଥିଲେ। କୁକୁରର ମୃତ୍ୟୁ ସହିନପାରି ସେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପରେ ଯୁବତୀଙ୍କ ଅନ୍ତିମ ସଂସ୍କାର ଗାଁ ବାହାରେ କରାଯାଇଥିଲା ଯେଉଁଠାରେ ତାଙ୍କ ପୋଷା କୁକୁରକୁ ପୋତାଯାଇଥିଲା। କାରଣ ଯୁବତୀଙ୍କ ଶେଷ ଇଚ୍ଛା ଥିଲା ତାଙ୍କ କୁକୁରକୁ ଯେଉଁଠି ପୋତା ଯାଇଛି ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ ସେଠାରେ ହେବ।

ପୋଲିସ ସୂଚନା ଅନୁଯାୟୀ, ନଭେମ୍ବର ୧୭ ତାରିଖ ରାତି ପାଖାପାଖି ୯ଟା ସମୟରେ କୁକୁରର ମୃତ୍ୟୁ ହୋଇଥିଲା। ସେ ବହୁ ଦିନରେ ରୋଗରେ ପୀଡିତ ଥିଲା। କୁକୁରର ମୃତ୍ୟୁ ପରେ ପରିବାର ବହୁତ ଦୁଃଖିତ ଥିଲା। ରାତି ପାଖାପାଖି ଗୋଟାଏ ବେଳେ ଯୁବତୀ ନିଜ ଭଉଣୀ ସହ ଶୋଇବାକୁ ଚାଲିଗଲେ। ସକାଳୁ ଉଠି ଘରଲୋକ ଦେଖିଲାବେଳେ ସେ ଆତ୍ମହତ୍ୟା କରିଦେଇଥିଲେ। ଯୁବତୀଙ୍କ ପାଖରୁ ଏକ ସୁଇସାଇଡ ନୋଟ ମିଳିଥିଲା।  ଯୁବତୀ ଜଣକ ନିଜ ପୋଷା କୁକୁରକୁ ସ୍ନେହରେ ବାବୁ ଡାକୁଥିଲେ। ଯୁବତୀଙ୍କ ପାଖରୁ ମିଳିଥିବା ସୁଇସାଇଡ ନୋଟରେ ସେ ନିଜ ଶେଷ ଇଚ୍ଛା ଲେଖିଥିଲେ। ସେ ଲେଖିଥିଲେ, ‘ମୋର ଶେଷ ଇଚ୍ଛା ଯେ ମୋତେ ନ ଜଳାଇ ମୋ ବାବୁ ସହ ପୋତିଦେବ, ବାପା-ମା’ ନିଜର ଯତ୍ନ ନେବ।’

ଯୁବତୀଙ୍କ ମୃତ୍ୟୁ ପରେ ଘରଲୋକ ବହୁତ ଦୁଃଖିତ ଅଛନ୍ତି। ଗାଁରେ ମଧ୍ୟ ଶୋକାକୁଳ ପରିବେଶ ରହିଛି। ଯୁବତୀ ଜଣକ ଏମ.କମ କରୁଥିଲେ। ସେ ଖାଲି ସମୟରେ ଗାଁ ପିଲାଙ୍କୁ ପାଠ ପଢାନ୍ତି।

   Related Posts