ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ବନ୍ୟା-ଭୂସ୍ଖଳନରେ ୧୬୪ ଜଣଙ୍କର ମୃତ୍ୟୁ, ଏବେବି ୧୦୦ ନିଖୋଜ

Published By : Prameya-News7 Bureau | July 26, 2021 IST

ମୁମ୍ବାଇ ୨୬/୦୭ : ମହାରାଷ୍ଟ୍ରରେ ବନ୍ୟାରେ ଏପର୍ଯ୍ୟନ୍ତ ୧୬୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୦୦ ଲୋକ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଉଦ୍ଧାର ଏବଂ ପୁନରୁଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ରିଲିଫ ଏବଂ ପୁନର୍ବାସ ବିଭାଗ ସୋମବାର ଦିନ କହିଛନ୍ତି ଯେ ୧୦୨୮ ପ୍ରଭାବିତ ଗାଁରେ ମୃତ୍ୟୁ ସଂଖ୍ୟା ୧୬୪ ରେ ପହଞ୍ଚିଛି।

wp:gallery {"ids":[486073],"linkTo":"none"} /wp:gallery

ବିଭାଗ କହିଛି, "ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୨.୨୯ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୋଟ ୧୬୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୫୬୪ ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ବିପର୍ଯ୍ୟୟରେ ୫୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ୧୦୨୮ ପ୍ରଭାବିତ ଗାଁରୁ ପ୍ରାୟ ୧୦୦ ଜଣ ଏବେ ବି ନିଖୋଜ ଅଛନ୍ତି। ଏଥିସହ ବିଭାଗ ସୂଚନା ଦେଇଛି ଯେ ବର୍ତ୍ତମାନ ୨୫୯ ଆଶ୍ରୟସ୍ଥଳୀରେ ୭୮୩୨ ଜଣଙ୍କୁ ଥଇଥାନ କରାଯାଇଛି।

wp:gallery {"ids":[486074],"linkTo":"none"} /wp:gallery

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ସତାରା ଜିଲ୍ଲାର ପଟନ ତାଲୁକା ଅଞ୍ଚଳର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ତରଫରୁ ଏକ ଟୁଇଟ୍ ଟ୍ୱିଟ ଜରିଆରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଠାକରେ ବନ୍ୟା ପ୍ରଭାବିତ ନାଗରିକଙ୍କ ପାଇଁ ସ୍ଥାପିତ ରିଲିଫ୍ କ୍ୟାମ୍ପଗୁଡିକ ମଧ୍ୟ ପରିଦର୍ଶନ କରିବେ।

wp:gallery {"ids":[486076],"linkTo":"none"} /wp:gallery

କୋଲହାପୁରରେ ଥିବା ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିକ୍ରମ କହିଛନ୍ତି ଯେ ଜିଲାରେ ୬ ଟି ଟିମ୍ ମୁତୟନ କରାଯାଇଛି ଏବଂ ଗତକାଲି ୧୫୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେ କହିଛନ୍ତି, "ଆମେ ନାଗରିକ ତଥା ଜିଲ୍ଲା ପ୍ରଶାସନ ସହ ମିଶି କାର୍ଯ୍ୟ କରୁଛୁ। ଜଳ ସ୍ତର ୨ ଫୁଟ ହ୍ରାସ ପାଇଛି ତଥାପି ବିପଦ ସ୍ତରରେ ରହିଛି।" ଜିଲ୍ଲାର ଶିରୋଲି ଅଞ୍ଚଳରେ ବନ୍ୟା ଜଳରେ ଘର, ରାସ୍ତା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଜଳମଗ୍ନ ହୋଇରହିଛି।

ମହିଳାମାନଙ୍କ ପାଇଁ ଅଲଗା ରିଲିଫ୍ ଫୋର୍ସର ଆବଶ୍ୟକତା ଦର୍ଶାଇ କେଡିଆରଏଫ୍ ଅଧିକାରୀ ଶୁଭଙ୍ଗୀ ମଧୁକର ଘରାରେ କହିଛନ୍ତି ଯେ, “ବନ୍ୟା ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରି ସ୍ଥାନାନ୍ତର କରିବାରେ ସକ୍ଷମ ହୋଇଛୁ, ବିଶେଷ କରି ବାଳିକା ଏବଂ ମହିଳାମାନଙ୍କୁ। ଅସୁସ୍ଥ ପୁରୁଷ ଏବଂ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଛୋଟ ପିଲା ଏବଂ ମା ମାନଙ୍କୁ ଅଧିକ ଦକ୍ଷତାର ସହ ଉଦ୍ଧାର କରିବା ପାଇଁ ଏକ ମହିଳା ଉଦ୍ଧାରକାରୀ ଦଳ ଆବଶ୍ୟକ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.