ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା : ୩ରୁ ବଢିବ ବର୍ଷା

Published By : Prameya-News7 Bureau | July 31, 2019 IST

ଭୁବନେଶ୍ବର ୩୧|୭: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୩ ତାରିଖ ପରେ ବର୍ଷାର ପରିମାଣ ବଢିବ । ୩ କିମ୍ବା ୪ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ।

ତେବେ ଅଗଷ୍ଟ ୨ରେ ତାରିଖରେ କନ୍ଧମାଳ, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅଗଷ୍ଟ ୩ରେ ପୁରୀ, ଜଗତସିଂହପୁର, ଗଞ୍ଜାମ, କନ୍ଧମାଳ, ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇପାରେ । ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ସାଧାରଣଠାରୁ ୨୦ ପ୍ରତିଶତ କମ୍ ବର୍ଷା ହୋଇଛି । ଗଜପତିରେ ୪୫ ପ୍ରତିଶତ କମ୍ ବର୍ଷା ଓ ବାଲେଶ୍ବରରେ ୪୩ ପ୍ରତିଶତ କମ୍ ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.