ଭୁବନେଶ୍ବର ୧୧|୨ : ଚଳିତବର୍ଷ ବାରମ୍ବାର ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ କ୍ରମାଗତ ଭାବେ ଦିନରେ ଗରମ ଓ ରାତିରେ ଥଣ୍ଡା ଅନୁଭୂତ ହେଉଛି । ନିକଟ ଅତୀତରେ ଏପରି ହେବା ଅନୁଭୂତ ହେଉ ନଥିଲା । ଏ ବର୍ଷ ମଧ୍ୟ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି ବାରମ୍ବାର ପୂର୍ବ ଭାରତ ମୁହାଁ ହେଉଛି ଯାହା ପୂର୍ବରୁ ଦେଖାଯାଇ ନଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
{"id":78191}
ଏଭଳି ପାଗ ଯୋଗୁଁ ଦିନରେ ଗରମ ଓ ରାତିରେ ଥଣ୍ଡା ଅନୁଭୂତ ହେବ । ଦିନରେ ସୂର୍ଯ୍ୟତାପ ଯୋଗୁଁ ଗରମ ବଢ଼ୁଛି ଏବଂ ରାତିରେ ସାମୁଦ୍ରିକ ପବନ ବହିବା ବନ୍ଦ ହେବା ସହ ଆକାଶ ନିର୍ମଳ ରହିବା ଯୋଗୁଁ ଥଣ୍ଡା ଅନୁଭୂତ ହେଉଛି ବୋଲି ସିଇସି ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି ।
{"id":55104}ଏଥିସହିତ ବରଗଡ଼, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଏବଂ ଅନୁଗୁଳ ଜିଲ୍ଲାରେ ଆସନ୍ତା ୧୫ ଓ ୧୬ ତାରିଖରେ ବର୍ଷା ଓ ଝଡତୋଫାନ ହେବାର ସମ୍ଭାବନା ରହିଛି । ଫେବୃୟାରୀ ୧୬ ଓ ୧୭ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାଗ ଖରାପ ରହିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଫେବୃୟାରୀ ୧୪ ତାରିଖରେ କୁହୁଡି ମଧ୍ୟ ଦେଖାଦେଇପାରେ ।