Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଲଗାତାର ତୃତୀୟ ବର୍ଷ ମୁମ୍ବାଇରେ ରେକର୍ଡ ହେଲା ୩ହଜାର ମିଲିମିଟରୁ ଅଧିକ ବର୍ଷା, ବୁଧବାର ମଧ୍ୟ ବର୍ଷିବ

28/09/2021 at 6:27 PM

ମୁମ୍ବାଇ ୨୮।୯:  ଲଗାତାର ତୃତୀୟ ବର୍ଷ ମୌସୁମୀରେ ମୁମ୍ବାଇ ୩ ହଜାର ମିଲିମିଟର ବର୍ଷା ପାଇଛି। ଗତ ସୋମବାର ହୋଇଥିବା ଭୀଷଣ ବର୍ଷା ଏହି ଲକ୍ଷ୍ୟ ପୂରଣ କରିଛି। ଆଇଏମଡି ସାନ୍ତାକ୍ରୁଜଙ୍କ ଅନୁସାରେ ସୋମବାର ବର୍ଷା ପରେ ଋତୁର ୩୦୩୬.୩ ମିମି ରେକର୍ଡ ପୂରଣ ହୋଇଛି। ଗତବର୍ଷ ଏହି ସମୟ ସୁଦ୍ଧା ମୁମ୍ବାଇରେ ମୋଟ ୩ହଜାର ୬୮୧ ମିମି ବର୍ଷା ହୋଇଥିଲା। ଏହା ପୂର୍ବବର୍ଷ ମଧ୍ୟ ୩ହଜାର ୬୩୫.୫ମିମି ବର୍ଷା ହୋଇଥିଲା।

ମୁମ୍ବାଇରେ ମଙ୍ଗଳବାର ଅରେଞ୍ଜ ଆଲର୍ଟ ଜାରିଥିବା ବେଳେ ବୁଧବାର ମଧ୍ୟ ବର୍ଷା ନେଇ  ପାଣିପାଗ ବିଭାଗ ସତର୍କ କରିଛନ୍ତି। ମୁମ୍ବାଇରେ ବର୍ଷା ବଢିପାରେ ବୋଲି ଗତ ସପ୍ତାହରୁ ପାଣିପାଗ ବିଭାଗ ସତର୍କତା ଜାରି କରିଥିଲେ। ମଙ୍ଗଳବାର ଆର୍ଥିକ ନଗରୀରେ ଅରେଞ୍ଜ ଆଲର୍ଟ ଜାରି ହୋଇଥିଲା। ସେହି ଅନୁସାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ଲାଗି ରହିଛି। ତେବେ କୌଣସି ଠାରେ ପାଣି ଜମା ହେବାର ଓ ଏଥିଯୋଗୁ ଟ୍ରାଫିକ, ସାର୍ବଜନିକ ପରିବହନ ଅଥବା ରେଳ ସେବା ପ୍ରଭାବିତ ହୋଇଥିବାର ସୂଚନା ନାହିଁ।

ବୁଧବାର ମଧ୍ୟ ସ୍ଥାନେ ସ୍ଥାନେ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛନ୍ତି। ତେବେ ରାଜଧାନୀ ମୁମ୍ବାଇରେ ଏହି ସମୟରେ ବର୍ଷାର ପରିମାଣ ହ୍ରାସ ହୋଇପାରେ। ଏଣୁ ଆଇଏମଡି ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ତେବେ ଠାଣେ ଓ ରାୟଗଡ଼ ଆଦି ଜିଲ୍ଲା ଲାଗି ମଙ୍ଗଳବାର ମଧ୍ୟ ରେଡ ୱାର୍ଣ୍ଣିଂ ଜାରି ଥିଲା। ତେବେ ବର୍ଷା ଯୋଗୁ ମହାରାଷ୍ଟ୍ର ଏବେବି ବିପଦରେ ରହିଛି। ମଞ୍ଜାରା ବନ୍ଧ ସଲଗ୍ନ ଅଞ୍ଚଳ ଲାଗି ବର୍ଷା ବିପଦ ସୃଷ୍ଟି କରିଛି। ବନ୍ଧରେ ଜଳସ୍ତର ବଢିବାରୁ କର୍ତ୍ତୃପକ୍ଷ ଜଳ ନିଷ୍କାସନ ଲାଗି ବନ୍ଧର ସମସ୍ତ ୧୮ଟି ଜାକ ସ୍ଲୁଇସ୍‌ ଗେଟ୍ ଖୋଲିଦେଇଛନ୍ତି। ଫଳରେ ବିଡ଼ ଜିଲ୍ଲା ଲାଗି ବନ୍ୟା ଆଶଙ୍କା ଦେଖା ଦେଇଛି।  

   Related Posts