Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ପୀଉସାଙ୍କ ପରେ ଭାଇର ଜୀବନ ଗଲା, ଅଜ୍ଞାତ ଆତତାୟୀଙ୍କ ଗିରଫ ସହ ସୁରକ୍ଷା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ରାଇନା

1/09/2020 at 1:11 PM

ନୂଆଦିଲ୍ଲୀ ୦୧।୦୯: ଚେନ୍ନାଇ ସୁପର କିଙ୍ଗ୍‌ସ ଟିମ୍‌ ଛାଡିବା ପରେ ଭାରତ ଫେରିଥିବା ସୁରେଶ ରୈନାଙ୍କୁ ନେଇ ଅନେକ କଥା ଚର୍ଚ୍ଚା ହେଉଛି । ଏସବୁ ବିବାଦ ମଧ୍ୟରେ ମଙ୍ଗଳବାର ଦିନ ରାଇନା ଟ୍ୱିଟ୍‌ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ପୋଲିସଙ୍କୁ ସହାୟତା ମାଗିଛନ୍ତି । ରାଇନା ଟ୍ୱିଟ୍‌ କରି ଲେଖିଛନ୍ତି, ପଞ୍ଜାବରେ ମୋର ପରିବାର ସହିତ ଯାହା ହେଲା, ତାହା ଅତ୍ୟନ୍ତ ଭୟାନକ । ମୋ ସଂପର୍କୀୟଙ୍କ ମୃତ୍ୟୁ ହୋଇଯାଇଛି । ମୋ ପୀଉସୀ ଓ ସମ୍ପର୍କୀୟ ଭାଇ ଗୁରୁତର ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସେ ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ । କିନ୍ତୁ ବିଳମ୍ବିତ ରାତିରେ ମୋ ଭାଇଙ୍କର ମୃତ୍ୟୁ ହୋଇଯାଇଛି । ପୀଉସୀ ଏବେବି ଗୁରୁତର ରହିଛନ୍ତି ।

ସେହିପରି ରାଇନା ନିଜର ୨ୟ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣିପାରୁଲିନାହିଁ, ଯେ ସେଦିନ ରାତିରେ କଣ ଘଟିଥିଲା । ପଞ୍ଜାବ ପୋଲିସକୁ ମୁଁ ଅନୁରୋଧ କରୁଛି କି ଏହି ମାମଲାର ଦୃଢତାର ସହିତ ଛାନ୍‌ଭିନ୍‌ କରନ୍ତୁ  । କିଏ ଏଭଳି ଘଟଣା ଘଟଣାଇଛି , ତାହା ଆମେ ଜାଣିବାକୁ ହକ୍‌ଦାର । ଅପରାଧୀମାନଙ୍କୁ ଅଧିକ ଅପରାଧ କରିବା ପାଇଁ ଛାଡିବା ଉଚିତ୍‌ ନୁହେଂ। ଅପରାଧୀଙ୍କ ବିରୋଧରେ ପଞ୍ଜାବ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ଗିରଫ କରିବା ଉଚିତ୍‌ ।  

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପଠାନକୋଟରେ ମାଧାପୁର ଅଞ୍ଚଳର ଶାରିୟସ ଗାଁରେ ଅଜଣା ଦୁର୍ବୃତ୍ତମାନେ ସୁରେଶ ରାଇନାଙ୍କ ପୀଉସୀଙ୍କ ଘର ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସୁରେଶ ରାଇନାଙ୍କ ପୀଉସାଙ୍କ ମୃତ୍ୟୁ ହୋଇଥିବା ବେଳେ , ପରିବାରର ଅନ୍ୟ ସଦସ୍ୟଙ୍କ ଅବସ୍ଥା ଗୁରୁତର ରହିଥିଲା । ପରେ ସେମାନଙ୍କୁ ନିକଟସ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଚେନ୍ନାଇ ସୁପର କିଙ୍ଗସ୍‌ର ଷ୍ଟାର ବ୍ୟାଟ୍‌ସମ୍ୟାନ୍‌ ସୁରେଶ ରାଇନ୍‌ ଚଳିତ ବର୍ଷ ଆଇପିଏଲ୍‌ ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଇନାଙ୍କ ସମ୍ପର୍କୀୟଙ୍କ ଉପରେ ଆକ୍ରମଣ ଲାଗି ସେ ଭାରତ ଫେରିଥିଲେ ବୋଲି କୁହାଯାଉଥିଲା । କିନ୍ତୁ ପରେ ଜଣାପଡିଥିଲା କି ,ହୋଟେଲ୍‌ରେ ରୁମ୍‌କୁ ନେଇ ବିବାଦ ନେଇ ସେ ୟୁଏଇ ଛାଡିଥିବା ସିଏସ୍‌କେ ଟିମ୍‌ର ମାଲିକ ଏସ୍‌, ଶ୍ରୀନିବାସନ କହିଥିଲେ ।  

   Related Posts