'ଧୋନୀଙ୍କ ସହ ପୁଣି ଆରମ୍ଭ ହେବ ପାର୍ଟନରସିପ୍, ସବୁ କିଛି ଠିକ୍ ହେବ', ମାହିଙ୍କ ସହ ଝଗଡାକୁ ନେଇ ଏମିତି କହିଲେ ରାଇନା

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ, ୦୨/୦୧:  ଭାରତୀୟ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଆଇପିଏଲ-୧୩ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ହାତ ଛାଡି ଭାରତ ଫେରି ଆସିଥିଲେ । ଏହାପରେ ସେ ଦଳକୁ ଫେରିବା ନେଇ ଅନେକ ଅଟକଳ ଆରମ୍ଭ ହୋଇଥିଲା । ଦଳର ମାଲିକ ଏନ. ଶ୍ରୀନିବାସନ କହିଥିଲେ ଯେ, ରାଇନାଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି କୋଠରୀ ନମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ । ଏହାପରେ ତାଙ୍କର ଧୋନୀଙ୍କ ସହ ଝଗଡା ହୋଇଥିବା କୁହାଯାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଧୋନୀ ରାଇନାଙ୍କ ସହ କଥା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ରାଇନା ନିକଟରେ ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଧୋନୀଙ୍କ ସହ ତାଙ୍କର ବନ୍ଧୁତ୍ୱ ଅଲଗା ପ୍ରକାରର ଅଟେ । ଉଭୟ ଭାରତ ଓ ସିଏସକେ ପାଇଁ ଅନେକ ମ୍ୟାଚ୍ ଖେଳିଛନ୍ତି । ଦଳକୁ ମ୍ୟାଚ୍ ମଧ୍ୟ ଜିତାଇଛନ୍ତି । ଅତଶୀଘ୍ର ଉଭୟ ସାକ୍ଷାତ କରିବା ସହ ଆଗାମୀ ରଣନୀତି ବାବଦରେ ଆଲୋଚନା କରିବେ । ସବୁ କିଛି ପୂର୍ବପରି ଠିକଠାକ୍ ହେବ ଓ ଯୋଜନା ଅନୁସାରେ ହେବ ବୋଲି ସେ କହିଛନ୍ତି ।

ରାଇନା ଧୋନୀଙ୍କୁ ବହୁତ ସମ୍ମାନ କରନ୍ତି । ଏହାର ପ୍ରମାଣ ସେ ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ମିଳିଯାଇଥିଲା । କାରଣ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ରାଇନା ମଧ୍ୟ ଅବସର ଘୋଷଣା କରିଥିଲେ । ଏହି ସମୟରେ ମଧ୍ୟ ଉଭୟ ଉଭୟଙ୍କର ହାତ ଛାଡିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.