ହୋଟେଲ ରୁମ୍‌କୁ ନେଇ ଖୁସି ନଥିଲେ ରାଇନା, ଧୋନିଙ୍କ ସହ ବିବାଦ ପରେ IPL ଛାଡି ଆସିଲେ ଭାରତ !

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ ୩୧।୦୮: ୟୁଏଇରେ ୧୯ ସେପ୍ଟେମ୍ବରରୁ ଆଇପିଏଲ୍‌ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସରେ ଚାଲିଥିବା ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ତଳେ  ବ୍ୟକ୍ତିଗତ କାରଣରୁ ସୁରେଶ ରାଇନ୍‌ ଟିମ୍‌ ଛାଡି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେବେଠାରୁ ସୁରେଶ ରାଇନା କଣ ପାଇଁ ସ୍ୱଦେଶ ଫେରିଲେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାର ଦେଖିବାକୁ ମିଳିଛି ।

ତେବେ ଚର୍ଚ୍ଚା ହେଉଥିବା ଖବର ଉପରୁ କିଛିଟା ପରଦା ହଟିଲା ପରି ଅନୁମାନ ହେଉଛି । ଏହା ସହିତ ଏକ ନୂତନ କଥା ସାମ୍ନାକୁ ଆସୁଛି । ଜାତୀୟ ଗଣାମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗସ୍‌ର ମାଲିକ ଏନ୍‌ , ଶ୍ରୀନିବାସ ଘଟଣାକୁ ନେଇ ଏକ ବୟାନ ଦେଇଛନ୍ତି । ଯାହାକି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଛି ।

ଏନ୍‌ , ଶ୍ରୀନିବାସ କହିଛନ୍ତି ଯେ, ସୁରେଶ ରାଇନା ଖରାପ ହୋଟେଲ୍‌ ରୁମ୍‌ ଓ କରୋନା ଭାଇରସକୁ ନେଇ ଆଇପିଏଲ୍‌ ୨୦୨୦ ଛାଡି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଖରାପ ରୁମ୍‌କୁ ନେଇ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ରାଇନ୍‌ଙ୍କ ମଧ୍ୟ ବିବାଦ ହୋଇଥିବାର ଖବର ସାମ୍ନାକୁ ଆସିଥିଲା ।

ଚଳିତ ବର୍ଷ ଆଇପିଏଲ୍‌ର ୧୩ତମ ସିଜିନ୍‌ ଖେଳିବା ପାଇଁ ଆଠଟି ଟିମ୍‌ ୟୁଏଇ ପହଞ୍ଚିସାରିଛନ୍ତି । ସମସ୍ତଙ୍କୁ କରୋନା ଭାଇରସ ନେଇ କଠୋର ପ୍ରୋଟକଲ୍‌ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତାପରେ ଯାଇ ଟିମ୍‌ର ସଦସ୍ୟମାନେ ଅଭ୍ୟାସ କରିଥିଲେ । ତେବେ ଏସବୁ ଭିତରେ ଚେନ୍ନାଇ ସୁପର କିଙ୍ଗ୍‌ସର ଖେଳାଳି ସୁରେଶ ରାଇନ୍‌ ଅଚାନକ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ ।

ତେବେ ଏହି ପ୍ରସଙ୍ଗରେ ଏନ୍‌.ଶ୍ରୀନିବାସନ ବୟାନ ଦେଇ କହିଛନ୍ତି ଯେ, ହୋଟେଲ୍ ରୁମ୍‌କୁ ନେଇ ଟିମ୍‌ର ଅଧିନାୟକ ଧୋନି ଓ ରାଇନାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଧୋନି ରାଇନ୍‌ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ରାଇନା ବୁଝିବା ପରିସ୍ଥିତିରେ ନଥିଲେ । ଶେଷରେ ଟୁର୍ଣ୍ଣାମେଣ୍ଟ ଛାଡି ଭାରତ ଆସିଥିଲେ । ରାଇନାଙ୍କ ମୁଣ୍ଡରେ ସଫଳତା ଚଢିଯାଇଛି ବୋଲି ଶ୍ରୀନିବାସନ କହିଛନ୍ତି ।

ରାଇନା‌ଙ୍କ ଅଚାନକ ଟିମ୍‌କୁ ଛାଡି ସ୍ୱଦେଶ ଆସିବା ଏକ ଦୁଭାଗ୍ୟଜନକ । କିନ୍ତୁ ଅଧିନାୟକ ଧୋନି ସମସ୍ତ ପରିସ୍ଥିତିକୁ ସମ୍ଭାଳି ନେଇଛନ୍ତି । ଶ୍ରୀନିବାସନଙ୍କ ମତରେ ‘ରାଇନା ବିବାଦୀୟ ଅଧ୍ୟାୟ’ ଶେଷ ହୋଇଯାଇଛି। ଟିମ୍‌ ଠାରୁ ଦୂରରେ ରହି ସେ ଖୁସି ନଥିବେ । ତେଣୁ ତୁରନ୍ତ ଟିମ୍‌କୁ ଫେରିବା ଭଲ ବୋଲି ଆଶା କରାଯାଉଛି । କିନ୍ତୁ ଏହାପୂର୍ବରୁ ଆଉ ଗୋଟିଏ ଖବର ଚର୍ଚ୍ଚା ହେଉଥିଲା କି , ପଠାନକୋଟରେ ନିଜ ସଂପର୍କୀୟଙ୍କୁ ଆକ୍ରମଣ ହୋଇଥିଲା । ଯେଉଁଥିରେ ତାଙ୍କର ଜଣେ ସଂପର୍କୀୟ ମୃତ୍ୟୁ ହୋଇଯାଇଥିଲା । ଯାହା ପାଇଁ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୧ରେ ଚେନ୍ନାଇ ଟିମ୍‌ ଦୁବାଇରେ ପହଞିଥିଲା । ସେବେଠାରୁ ହୋଟେଲ୍‌ ରୁମ୍‌କୁ ନେଇ ରାଇନା ଖୁସି ନଥିଲେ । କରୋନା ସ୍ଥିତିକୁ ଦେଖି ରାଇନା କଠୋର ପ୍ରୋଟକୋଲ୍‌ ଚାହୁଁଥିଲେ । ସେ ଧୋନିଙ୍କ ଭଳି ରୁମ୍‌ ଚାହୁଁଥିଲେ । ଏସବୁ ଭିତରେ ଟିମ୍‌ର ଦୁଇଜଣ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା , ପରେ ପରେ ମୋଟ ୧୩ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ  । ଏହାକୁ ଦେଖି ରାଇନା ଭୟ ଆହୁରି ବଢିଯାଇଥିଲା । ଯାହାପରେ ପୁରା ବିବାଦ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.