କରୋନା ମହାମାରୀର ମୁକାବିଲା ପାଇଁ କ୍ରିକେଟରଙ୍କ ମଧ୍ୟରେ ସୁରେଶ ରାଇନା ଦେଲେ ସର୍ବାଧିକ ୫୨ ଲକ୍ଷ ଟଙ୍କାର ସହାୟତା

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୩: ଅନେକ ଭାରତୀୟ କ୍ରିକେଟର COVID-19 ମହାମାରୀ ବିରୋଧୀ ଲଢେଇରେ ନିଜକୁ ସାମିଲ କରାଇସାରିଛନ୍ତି । ଏହି ମାରାତ୍ମକ ଭାଇରସ୍ ମୁକାବିଲା ପାଇଁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ସେ ଶନିବାର ଦିନ ୫୨ ଲକ୍ଷ ଟଙ୍କା ଦେଇ ଏହି ସଙ୍କଟ ସମୟରେ ଅନ୍ୟମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ଅନୁରୋଧ କରିଥିଲେ । ଶୁକ୍ରବାର ଦିନ ସଚିନ ତେନ୍ଦୁଲକର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।

wp:core-embed/twitter {"url":"https://twitter.com/ImRaina/status/1243872976883376130","type":"rich","providerNameSlug":"twitter","className":""}
https://twitter.com/ImRaina/status/1243872976883376130
/wp:core-embed/twitter

ଭାରତୀୟ ଖେଳାଳିଙ୍କ ବିଷୟରେ କହିବାକୁ ଗଲେ ୩୩ ବର୍ଷୀୟ ସୁରେଶ ରାଇନା ଏପର୍ଯ୍ୟନ୍ତ ସର୍ବାଧିକ ସହାୟତା ରାଶି ପ୍ରଦାନ କରିଛନ୍ତି । ରାଇନା ଟ୍ବିଟ୍ କରି କହିଛନ୍ତି, “ଆମ ସମସ୍ତଙ୍କ ପାଇଁ ଏବେ କରୋନାକୁ ହରାଇବାକୁ ସାହାଯ୍ୟ କରିବା ଉଚିତ୍ । କରୋନା ବିରୋଧୀ ଲଢେଇ ପାଇଁ ମୁଁ ୫୨ ଲକ୍ଷ (ପିଏମ୍ କେୟାର୍ସ ପାଣ୍ଠିରେ ୩୧ ଲକ୍ଷ ଏବଂ ୟୁପିର ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୨୧ ଲକ୍ଷ) ଦାନ କରୁଛି । ଦୟାକରି ଆପଣମାନ ମଧ୍ୟ କିଛି ଯୋଗଦାନ କରନ୍ତୁ । ଜୟ ହିନ୍ଦ! ” ।

wp:core-embed/twitter {"url":"https://twitter.com/narendramodi/status/1243886460471656450","type":"rich","providerNameSlug":"twitter","className":""}
https://twitter.com/narendramodi/status/1243886460471656450
/wp:core-embed/twitter

୨୦୦୫-୧୮ ମଧ୍ୟରେ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ୧୮ଟି ଟେଷ୍ଟ, ୨୨୬ଟି ଦିନିକିଆ ଏବଂ ୭୮ଟି ଟି-୨୦ ଅନ୍ତର୍ଜାତୀୟରେ ଭାରତର ପ୍ରତିନିଧିତ୍ବ କରିଥିଲେ । ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି । ଆଇପିଏଲରେ ଚେନ୍ନାଇ ପାଇଁ ସୁରେଶ ରାଇନା ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ରାଇନା ହାରାହାରି ୩୮.୨୮ରେ ୧୬୪ ମ୍ୟାଚ୍ ରେ ସିଏସକେ ପାଇଁ ୪୫୨୭ ରନ୍ ସଂଗ୍ରହ କରିଛନ୍ତି |

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶୁକ୍ରବାର ଦିନ COVID-19 ମହାମାରୀର ମୁକାବିଲା କରିବା ପାଇଁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସାରା ବିଶ୍ବରେ କରୋନା ମହାମାରୀରେ ୨୮୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଭାରତରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.