କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା

Published By : Prameya-News7 Bureau | January 26, 2021 IST

ଭୁବନେଶ୍ୱର,୨୬/୦୧: ରାଜ୍ୟରେ ଆଉ ୨ ଦିନ କେତେକ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଶୀତ ପ୍ରକୋପ ଏବେ କମ୍‌ ରହିଛି । ପଶ୍ଚିମା ବାୟୁ ଏବଂ ଟ୍ରଫଲାଇନ ଯୋଗୁ ଆସନ୍ତା ୨୯ରେ ରାଜ୍ୟର କେତେକ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କେତେକ ଅଞ୍ଚଳକୁ ସୋମବାର ରାତିରୁ ଘନ କୁହୁଡ଼ି ଘେରି ରହିଥିଲା। ମଙ୍ଗଳବାର ସକାଳୁ ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କଟକ, କନ୍ଧମାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଏହାବାଦ୍‌ ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ଓ ବୁଧବାର ମଧ୍ୟ କେତେକ ଅଞ୍ଚଳରେ ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.