ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଟ୍ରପ୍ ଲଇନ୍ : ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର ବର୍ଷା ସମ୍ଭାବନା

Published By : Prameya-News7 Bureau | October 20, 2019 IST

ଭୁବନେଶ୍ବର ୨୦।୧୦: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଟ୍ରପ୍ ଲଇନ୍ ରହିଛି । ଯାହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । କିଛି କିଛି ସ୍ଥାନରେ ସକାଳୁ କୁହୁଡି ଦେଖାଯିବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରବିବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡା, କୋରାପୁଟ, ମାଲକାନଗିରି, ରାୟଗଡା, ମୟୂରଭଞ୍ଜ, କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ସୋମବାର ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି। ଆଜି ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି, କୋରାପୁଟରେ ବି ଘଡଘଡି ସହ ବର୍ଷା ହେବାର ଅଛି। ଏହାକୁ ନଜରରେ ରଖି ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆକାଶ ମେଘୁଆ ରହୁଥିବାରୁ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢିବାର କି କମିବାର ସମ୍ଭାବନା ନାହିଁ। ରାତିରେ ପାରଦ ବହୁତ ଖସିବାର ସମ୍ଭାବନା କମ୍ ଥିବାରୁ ଏବେ ଶୀତ ହେବନି ବୋଲି ପାଣିପାଗ ବିଭାଗ କହିଛି। କିନ୍ତୁ ୪ ଦିନ ପରେ ଓଡିଶା ଆକାଶରେ ବାଦଲ କମ୍ ଦେଖାଯିବ। ରାତିରେ ପାରଦ କମିବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.