Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା, ୩୦ରୁ ୪୦କି.ମି. ରହିବ ପବନର ବେଗ

ଭୁବନେଶ୍ବର ୨୫|୨: ରାଜ୍ୟବାସୀଙ୍କୁ ମିଳିଲା ଆଶ୍ବସ୍ତି । ଗୁଳୁଗୁଳିରୁ ମିଳିବ ତ୍ରାହି । ଆଗାମୀ ଦୁଇ ତିନି ଦିନ ରାଜ୍ୟରେ କମିବ ତାପମାତ୍ରା । ଓଡିଶା ଉପରୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ପର୍ଯ୍ୟନ୍ତ ରହିଛି ଏକ ଟ୍ରପ ଲାଇନ । ଯାହାର ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାସହ ଦକ୍ଷିଣ ଓଡିଶାରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବ । କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାକୁ ଏହି ସମୟରେ ୩୦ରୁ ୪୦ କିଲୋମିଟର ମଧ୍ୟରେ ରହିବ । ୨୭ ତାରିଖ ବେଳକୁ ବର୍ଷା କମିବ । ୨୮ ତାରିଖରୁ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

139 Views

   ସମ୍ବନ୍ଧିତ ଖବର