ଭଦ୍ରକ ଡାକ୍ତରଖାନା: ପାଣି ଭିତରେ ରୋଗୀ ଓ ଡାକ୍ତର, ବେଡ୍ ବି ଭାସୁଛି ପାଣିରେ

Published By : Prameya-News7 Bureau | July 06, 2019 IST

ଭଦ୍ରକ୬|୭; ଡାକ୍ତରଖାନା ଭିତରେ ପାଣି । ରୋଗୀ ପାଣି ଭିତରେ ଆଉ ଡାକ୍ତର ବି ସେହି ପାଣି ଭିତରେ ଡ୍ୟୁଟି କରୁଛନ୍ତି । ପ୍ରବଳ ବର୍ଷ। ପାଇଁ ନୁହେଁ, ବର୍ଷ। ଋତୁ ତମାମ ଡାକ୍ତରଖାନା ଭିତରେ ପାଣି ଆଣ୍ଠିଏ ରହେ । ଭଦ୍ରକ ଜିଲ୍ଲା ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏଭଳି ଅବସ୍ଥା । ଏହି ସମସ୍ୟା କେବଳ ଏହି ବର୍ଷର ନୁହେଁ , ବିଗତ ଆଠ ବର୍ଷ ହେଲା ସମାନ ସମସ୍ୟା । 

{"id":131122}

ବାହାରେ ବର୍ଷ। ନାହିଁ , କି ସେମିତି ପାଣି ନାହିଁ । ତବେ ଭିତରେ  ସବୁଠି ପାଣି । ଆଣ୍ଠୁଏ ଲେଖାଏଁ ପାଣି । ରୋଗୀ ରହୁଥିବା ବେଡ ବି ପାଣି ଭିତରେ , ଡାକ୍ତର ଫାର୍ମ।ସିଷ୍ଟଙ୍କ ଚ୍ୟାମ୍ବର ପାଣି । ଆଉ ସେହି ପାଣିରେ ରୋଗୀ ଆସୁଛନ୍ତି ଡାକ୍ତର ବି ସେବା କରୁଛନ୍ତି। ପାଣିରେ ଭାସୁଛି ଔଷଧ । 

{"id":131123}

ବର୍ଷ। ଋତୁ ଆସିଲେ , ଡାକ୍ତରଖାନା ଭିତରେ ପାଣି ଜମିଯାଏ । ଆଉଟ୍ ଡୋର ରୋଗୀ ଆସନ୍ତି ଆଉ ଡାକ୍ତର ଦେଖାଇ ପଳାଇ ଯାଆନ୍ତି । ତବେ ଡ୍ୟୁଟିରେ ଥିବା ଡାକ୍ତର ଓ କର୍ମଚାରୀ ଦିନ ତମାମ ସେହି ପାଣି ଭିତରେ ଘାଂଟି ହେଉଛନ୍ତି । 

{"id":131124}

ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ସ୍ବାସ୍ଥ୍ୟପାଇଁ ରୋଗୀ ବି ସେମିତି ଆସୁ ନାହାଁନ୍ତି । କାଁ ଭାଁ ଆଉଟ୍ ଡୋର ରୋଗୀ ଆସୁଛନ୍ତି । ତବେ ଇନଡୋର ରୋଗୀ ଏହି ପାଣିକୁ ଦେଖି ପଳାଉଛନ୍ତି । ଆହୁରି ଚାରିମାସ ଏମିତି ପାଣି ଡାକ୍ତଖାନା ଭିତରେ ରହିବ ।   

{"id":131125}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.