Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ବିଦ୍ୟାଳୟରେ ଏମିତି ବ୍ୟବସ୍ଥା- ଶ୍ରେଣୀ ଗୃହରେ ଆଣ୍ଠୁଏ ପାଣି , ଛତା ଧରି ପାଠ ପଢୁଛନ୍ତି କୁନି କୁନି ପିଲା

19/10/2019 at 5:15 PM

ମାଲକାନଗିରି ୧୯।୧୦ – ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କର ଅନେକ ଯେ।ଜନା । କିନ୍ତୁ ବାସ୍ତବ ସ୍ଥିତି ଆଶ୍ଚ୍ୟର୍ଯ୍ୟ କଲା ଭଳି । ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି କୁନି କୁନି ପିଲା । କେଉଁଠି ଛାତ ଫାଟି ଆଁ କରିଛି ତ ଆଉ କେଉଁଠି କ୍ଲାସ ରୁମରେ ଆଣ୍ଠୁଏ ଉଚ୍ଚର ପାଣି । ଆଉ ଏସବୁ ସ୍ଥିତି ବିଷୟରେ ବେଶ୍ ହାଲୁକା ଉତ୍ତର ରଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ଛତା ଧରି ପାଠ ପଢୁଛନ୍ତି କୁନି କୁନି ପିଲା ।ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନାଗିରି ଚିତ୍ରକେ।ଣ୍ଡାର ଆର.ଏସ.ସି-୬, ନୁଆଗୁଡା, ଦୋରାଗୁଡା ଓ ଗୁଣ୍ଠାବେଡା ପ୍ରାଥମିକ ବିଦ୍ୟାଳୟର ।ଆମେ ଗେ।ଟିଏ ପରେ ଗେ।ଟିଏ ସ୍କୁଲ ଯାଇଥିଲୁ । ଆଉ ସବୁଠି ଥିଲା ସମାନ ଚିତ୍ର । ଅସରାଏ ବର୍ଷା ହେଲେ ଛାତରୁ ପାଣି ଗଳି ଏଭଳି ଅବସ୍ଥା । ତଳେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବା ବେଳେ ପାଣି ଭିତରେ ଠିଆ ହେ।ଇ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଖାଲି ସେତିକି ନୁହେଁ ପାଦେ ପାଦେ ରହିଛି ବିପଦ । ଛାତର ଅବସ୍ଥା ଟିକେ ଦେଖନ୍ତୁ । କେଉଠି ଲୁହା ଛଡ ବାହାରି ପଡିଛି ତ ଆଉ କେଉଁଠି ଝୁଲନ୍ତା ଅବସ୍ଥାରେ ରହିଛି ଛାତ । କେତେ ବେଳେ ଯେ କ’ଣ ଘଟିବ କହିବା ମୁସ୍କିଲ ।

କେବଳ ଏହି ୪ ଟି ବିଦ୍ୟାଳୟ ନୁହେଁ, ସ୍ବାଭିମାନ ଅଞ୍ଚଳରେ ବି ସମାନ ଶିକ୍ଷା ବ୍ୟବସ୍ଥା । ବର୍ଷ ବର୍ଷ ଧରି ସ୍କୁଲ ଗୁଡିକ ମରାମତି କରାଯାଉନି । କେଉଁଠି ଭଙ୍ଗା ଘରେ ତ କେଉଁଠି ଗେ।ଦାମ ଘରେ ଶିକ୍ଷାଦାନ ଚାଲିଛି । ତେଣୁ ସରୀସୃପ ଭୟରେ ପିଲାଙ୍କୁ ସ୍କୁଲ ଛାଡୁନାହାନ୍ତି ଅଭିଭାବକ । ଏନେଇ ବିଦ୍ୟାଳୟ କମିଟି ବାରମ୍ବାର ପ୍ରଶାସନକୁ ଜଣାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ସେପଟେ ଅତି ହାଲୁକା ଉତ୍ତର ରଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ନୁତନ ବିଦ୍ୟାଳୟ ନିର୍ମାଣ ପାଇଁ ପଞ୍ଚାୟତରାଜ ବିଭାଗକୁ ଜଣାଯାଇଛି । 

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀଙ୍କ ଭାଗ୍ୟ ବଦଳିବ ବେ।ଲି ଆଶା କରାଯାଉଥିଲା । ସରକାର ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ବିଚ୍ଛିନ୍ନାଞ୍ଚକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କରିଥିଲେ । ହେଲେ ଏଯାଏ ବଦଳି ପାରିଲାନି  ବିଚ୍ଛିନ୍ନାଞ୍ଚଳର ଚିତ୍ର ।

   Related Posts