ଶିମିଳିପାଳର ଡାକ ଶୁଣିଲେ ଇନ୍ଦ୍ର ଦେବ: ଆଜି ବି ହେଲା ବର୍ଷା, ବିଭିନ୍ନ ସ୍ଥାନରେ ଲିଭିଲା ନିଆଁ

Published By : Prameya-News7 Bureau | March 11, 2021 IST

କରଞ୍ଜିଆ ୧୧।୦୩: ଶିମିଳିପାଳକୁ ମିଳିଲା ଆଶ୍ବସ୍ତି।  ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ହୋଇଛି ବର୍ଷା । ଫଳରେ ନିଆଁ ଦାଉରୁ ରକ୍ଷା ପାଇବାକୁ ଆର୍ତ୍ତ ଚିତ୍କାର କରୁଥିବା ଶିମିଳିପାଳକୁ ମିଳିଛି ଶାନ୍ତି। ଆଜି ମଧ୍ୟ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳର ବର୍ଷା ହୋଇଛି। ଫଳରେ ବିଭିନ୍ନ ଅଞ୍ଚଳରେ ନିଆଁ ଲିଭି ଯାଇଛି।

{"id":421364,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ଗୁରୁବାର ବରେହିପାଣି, ଚହଲା, ନଅଣା, ଗୁଡୁଗୁଡ଼ିଆ, ତାଳବନ୍ଧ, ଯଶୀପୁର ଆଦି ରେଞ୍ଜ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଗତକାଲି କିଛିକିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ସମୁଦାୟ ଶିମିଳିପାଳ ଉତ୍ତର ଜୋନରେ ବର୍ଷା ହୋଇଛି।  ପ୍ରକୃତି ରାଣୀ ବର୍ଷା ରୂପରେ ଆସି ସତେ ଯେମିତି ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିଛି । ତେଣୁ ଶିମିଳିପାଳର ବହୁ ସ୍ଥାନରେ ନିଆଁ ଲିଭିଯାଇଥିବା ଦେଖିବାକୁ ମିଳିଛି । ଗତକାଲି ମଧ୍ୟ କରଞ୍ଚିଆ ରେଞ୍ଜରେ ବର୍ଷା ହୋଇଥିଲା।

{"id":421365,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ଧରି ଶିମିଳିପାଳରେ ଲାଗିଥିବା ନିଆଁ କମିବାର ନାଁ ଧରୁନଥିଲା। ପ୍ରଶାସନର ସମସ୍ତ ଚେଷ୍ଟା ନିଆଁ ଲିଭାଇବାରେ ପର୍ଯ୍ୟାପ୍ତ ହୋଇନଥିଲା। ରାଜ୍ୟଠୁ ନେଇ ଜାତୀୟସ୍ତରରେ ଶିମିଳିପାଳରେ ନିଆଁ ଲାଗିବା ଘଟଣା ଉଦ୍‌ବେଗର ବିଷୟ ପାଲଟିଥିଲା। ଅଭୟାରଣ୍ୟରେ ଲାଗିଥିବା ନିଆଁର ସମୀକ୍ଷା ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଶିମିଳିପାଳ ଯାଇ ସେମାନେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.