Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆଭ୍ୟନ୍ତରୀଣ ଓଡିଶା ,ଉତ୍ତର ଉପକୂଳ ଓ ଆନ୍ଧ୍ର ପ୍ରଦେଶ ଉପରେ ଘୂର୍ଣ୍ଣୀ ବଳୟ-୯ ତାରିଖ ଯାଏଁ ବର୍ଷା ଓ କୋହଲା ପାଗ

7/02/2020 at 4:23 PM

ଭୁବନେଶ୍ୱର ୦୭।୦୨ – ଘୁର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଓ ଆଭ୍ୟନ୍ତରୀଣ ଓଡିଶା ଉପରେ ରହିଛି ଘୁର୍ଣ୍ଣିବଳୟ । ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରେ ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ।

ରାଜ୍ୟର ୧୩ ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା । କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ ଓ ବୌଦ୍ଧ ଭଳି ଜିଲ୍ଲାରେ ବର୍ଷା ।

ସେହିଭଳି ସୋନପୁର, ସମ୍ବଲପୁର, ଦେଓଗଡ, ଅନୁଗୁଳ, କେଙ୍ଝର ଓ ଢେଙ୍କାନାଳ ରାଜ୍ୟର ୬ ଟି ଜିଲ୍ଲାରେ କୁଆ ପଥର ବୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଶୁକ୍ରବାର ସକାଳ ୯ ଟା ସୁଦ୍ଧା ଦାରିଙ୍ଗବାଡିରେ ସର୍ବାଧିକ ବର୍ଷା ୧୭ ମିମି ରେକର୍ଡ କରାଯାଇଥିଲାବେଳେ ବୌଦ୍ଧରେ ୧୬.୨ମିମି, ଫୁଲବାଣୀ ରେ ୭.୬, ଗୋପାଳପୁରରେ ୧୦ ଓ ଭୁବନେଶ୍ୱରରେ ୦.୮ ମିମି ବର୍ଷା ରେକର୍ଡ କରାଯାଇଛି ।

୧୦ ତାରିଖରେ ପାଗରେ ପରିବର୍ତନ ହେବାସହ ଶୀତ ଓ କୁହୁଡିର ପ୍ରଭାବ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଓ ଆଭ୍ୟନ୍ତରୀଣ ଓଡିଶା ଉପରେ ରହିଛି ଘୁର୍ଣ୍ଣିବଳୟ | ଏହାର ପ୍ରଭାବରେ ଜଗତସିଂହପୁର, ପୁରୀ ଓ ଗଞ୍ଜାମ ସମେତ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି ।ବିଭିନ୍ନ ସ୍ଥାନରେ କୋହଲା ପାଗ ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ରାଜ୍ୟର ୧୩ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ବର୍ଷା ଯୋଗୁଁ ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନ ଗଜା ହେବାକୁ ବସିଲାଣି । ଯାହାକୁ ନେଇ ଚାଷୀ ଚିନ୍ତାରେ । …

ମଣ୍ଡିରେ ପଡିଛି ଧାନ । ଏଣେ ଝିପି ଝିପି ବର୍ଷା । ୩ ଦିନ ହେବ ଏମିତି କୋହଲା ପାଗ ଲାଗି ରହିବାରୁ ଧାନ ଗଜା ହେବାକୁ ବସିଲାଣି । ଏ ହେଉଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିର ଦୃଶ୍ୟ । ଜିଲ୍ଲାର କଣ୍ଟାମାଳ, ହରଭଙ୍ଗା ଏବଂ  ବୌଦ୍ଧ ବ୍ଲକର ୭ଟି ମଣ୍ଡିରେ ଚାଷୀଙ୍କ ଗଦା ହୋଇଥିବା ଶହ ଶହ କୁଇଣ୍ଟାଲ୍‌ ଧାନ ଭିଜି ଗଜା ହେବାକୁ ବସିଲାଣି । ଗତ ୨୫ ତାରିଖରୁ ମଣ୍ଡିରେ ଧାନ ପଡି ରହିଥିବା ବେଳେ ମିଲର୍ସ ଙ୍କ ଦେଖା ନାହିଁ । ଆଉ ଏ ହେଉଛି କଟକ ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗାଁର ଦୃଶ୍ୟ । ଟୋକନ୍ ମିଳିନଥିବାରୁ ଧାନ ବିକି ପାରନଥିବା ଚାଷୀଙ୍କ ବସ୍ତା ବସ୍ତା ଧାନ ବି ମଣ୍ଡିରେ ପଡିଛି । ପ୍ରଶାସନ ପକ୍ଷରୁ ଧାନ ଘୋଡାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଲୋକେ ନିଜେ ଜରିପାଲ ଭଡାରେ ଆଣି ଧାନ ଘୋଡାଉଛନ୍ତି । ହେଲେ ବି ଏହା ଯଥେଷ୍ଟ ହେଉନାହିଁ । ଫଳରେ ଏବେ ବର୍ଷା ଚାଷୀଙ୍କ ମୁଣ୍ଡା ବିନ୍ଧା ବଢାଇ ଦେଇଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଅଳ୍ପ ବହୁତେ ଏଭଳି ଅବସ୍ଥା । ଜିଲ୍ଲା ପ୍ରଶାସନ ଓ ମିଲରଙ୍କ ଖାମଖିଆଲି ନିତି ପାଇଁ ଚାଷୀଙ୍କ ମହଲରେ ଅସନ୍ତୋଷ ଦାନା ବାନ୍ଧିଲାଣି ।

ସେପଟେ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଓ ଆଭ୍ୟନ୍ତରୀଣ ଓଡିଶା ଉପରେ ରହିଛି ଘୁର୍ଣ୍ଣିବଳୟ | ଏହାର ପ୍ରଭାବରେ ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୧୩ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୬ଟି ଜିଲ୍ଲାରେ କୁଆପଥର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୯ କିମ୍ବା ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ । ଏନେଇ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ସେହିପରି ଘନ କୁହୁଡ଼ି ପଡ଼ିଥିଲେ ପୋଲିସ ଓ ପରିବହନ ଅଧିକାରୀଙ୍କ ସହାୟତାରେ ହାଇୱେରେ ଗାଡ଼ି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବର୍ଷା ତଥା କୁହୁଡ଼ିଜନିତ ଅଘଟଣ ଘଟିଲେ ସଙ୍ଗେସଙ୍ଗେ ପଦକ୍ଷେପ ନେବାକୁ କୁହାଯାଇଛି ।

ବିଭିନ୍ନ ସ୍ଥାନରେ କୋହଲା ପାଗ ପାଇଁ ଲୋକେ ଘରୁ ବାହାରୁ ନାହାନ୍ତି । ୧୦ ତାରିଖରେ ପାଗରେ ପରିବର୍ତ୍ତନ ହେବା ସହ ଶୀତ ଓ କୁହୁଡିର ପ୍ରଭାବ ବଢିବ ବୋଲି ପୂର୍ବାନୁମାନ କରାଯାଇଛି ।

   Related Posts