ବୋଝ ଉପରେ ନଳିତା ବିଡ଼ା : ଛାଡିଯାଇଛି ବର୍ଷା, ପାଣିରେ ବୁଡିଛି ଫସଲ, ଚାଷୀକୁ ଘାରିଛି ଅମଳ ଚିନ୍ତା

Published By : Prameya-News7 Bureau | December 06, 2021 IST

ଭଦ୍ରକ ୦୬।୧୨: ବାତ୍ୟା ଛାଡିଛି କିନ୍ତୁ ଚାଷୀ ଙ୍କ ଦୁଃଖ ଦୁଇଗୁଣିତ ହୋଇଛି । ବର୍ଷା ପରେ ବିଲରେ ପାଣି ଜମିଛି  । ଚାଷୀ ବିଲ ହିଡ ହାଣି ପାଣି ତ ବାହାର କରୁଛି  । କିନ୍ତୁ କେବଳ ପ୍ରବଳ ଖରା ହେଲେ ଧାନ ବଞ୍ଚିବ ବୋଲି ଆଶା ରଖିଛନ୍ତି । ଏବେ ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ ପାଇଁ କ୍ଷେତ୍ର ପରିଦର୍ଶନ କରାଯାଉଛି ।

{"id":555165,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଜୱାଦ ପ୍ରଭାବରେ ଭଦ୍ରକ ଜିଲ୍ଲାରେ  ଲଗାଣ ବର୍ଷା ହୋଇଥିଲା । ରବିବାର ରାତିରୁ ବର୍ଷା କମିଛି । ମୁଷଳ ଧାରାରେ ବର୍ଷା ହୋଇନହିଁ  , କିନ୍ତୁ ଝିପିଝିପି ବର୍ଷା ଚାଷ କ୍ଷେତକୁ ପ୍ରଭାବିତ କରିଛି ।  ଭଦ୍ରକ ଜିଲ୍ଲାରେ ଡିସେମ୍ବର ୫ ତାରିଖରେ ୧୭୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜିଲ୍ଲାରେ ୭ ବ୍ଲକରେ ହାରାହାରି ୨୪.୭୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଖାସ୍‌ କରି ଭଦ୍ରକ ବ୍ଲକରେ ୧୮.୮ ମିଲିମିଟର, ଭଣ୍ଡାରିପୋଖରୀ ବ୍ଲକରେ ୨୧ ମିଲିମିଟର , ବାସୁଦେବପୁର ବ୍ଲକରେ ୨୪ ମିଲିମିଟର , ବନ୍ତ ବ୍ଲକରେ ୧୩ ମିଲିମିଟର , ଚାନ୍ଦବାଲି ବ୍ଲକରେ ସର୍ବାଧିକ ୫୦.୨ ମିଲିମିଟର, ଧାମନଗର ବ୍ଲକରେ ୨୩ ମିଲିମିଟର , ତିହିଡି ବ୍ଲକରେ ୨୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

{"id":555166,"sizeSlug":"full","linkDestination":"none"}

ତେବେ ବର୍ଷାରେ କଟାଯାଇଥିବା ଧାନ ବିଲରେ ପାଣି ଖାଉଛି । ଏହି ଧାନକୁ ଚାଷୀ ଖଳାକୁ ନେଇ ପାରୁନାହାନ୍ତି ।  ତାପମାତ୍ରାରେ ପରିବର୍ତ୍ତନ ନହେଲେ ଧାନ ଗଜା ହେବାର ସମ୍ଭାବନା ରହିଛି । ଧାନ ମାଟିରେ ଲାଗି ରହିଥିବାରୁ ଶୀଘ୍ର ଗଜା ହେବାର ମଧ୍ୟ ସମ୍ଭାବନା ରହିଛି । କଟା ଯାଇନଥିବା ପାଚିଲା ଧାନ ବିଲରେ ପଡିଯାଇଛି। ବିଲ ହିଡକୁ କାଟି ପାଣି ବାହାର କରୁଛି ଚାଷୀ । ଏବେ ଆରମ୍ଭ ହୋଇଛି  କ୍ଷୟକ୍ଷତିର ଆକଳନ। କୃଷି ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ କରାଯାଉଛି । ବିଳମ୍ବରେ  ଚାଷ ପାଇଁ ଏମିତି ସମସ୍ୟା ଉପୁଜିଥିବା କହିଛନ୍ତି କୃଷି ଜିଲ୍ଲା ଅଧିକାରୀ । ପ୍ରାୟ ୩୦ ପ୍ରତିଶତ ଅମଳ ହୋଇଛି ଓ ଏହି ବର୍ଷା ପାଇଁ ଧାନର ରଙ୍ଗ ବଦଳିଯିବାର ସମ୍ଭାବନା ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.