ଟସ୍ ପୂର୍ବରୁ ଆଜବେଷ୍ଟନରେ ଆକାଶ ମେଘାଚ୍ଛନ୍ନ : ବର୍ଷା ସମ୍ଭାବନା

Published By : Prameya-News7 Bureau | June 30, 2019 IST

ୱାର୍ମିଙ୍ଗହାମ ୩୦/୬ : ୱାର୍ମିଙ୍ଗହାମ ଆଜବେଷ୍ଟନରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ବିଶ୍ୱକପରେ ଏହି ଦୁଇ ଟିମକୁ ସବୁଠାରୁ ବଡ ଦେବେଦାର ବୋଲି କୁହାଯାଏ । କିନ୍ତୁ ଟସ ପୂର୍ବରୁ ଆକାଶ ମେଘାଚ୍ଛନ୍ନ ରହିଛି । ଏହାସହ ସେଠାରେ ବହୁତ ଜୋର ପବନ ମଧ୍ୟ ବୋହୁଛି । ବର୍ଷା ହେବାର ପୁରା ସମ୍ଭାବନା ରହିଛି । ଯଦି ଭୀଷଣ ବର୍ଷା ହୁଏ ତାହେଲେ ମ୍ୟାଚ ଖେଳିବା ସମ୍ଭବ ହୋଇନପାରେ । ଅପରପକ୍ଷରେ ଆଜିର ଏହି ମ୍ୟାଚ ଇଂଲଣ୍ଡ ପାଇଁ ଅତ୍ୟନ୍ତ ମହତ୍ଵପୁର୍ଣ । ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେବ ।୨୭ ବର୍ଷର ବିଶ୍ୱକପ ଇତିହାସରେ ଇଂଲଣ୍ଡ ଭାରତକୁ ପରାସ୍ତ କରିବାରେ ଅସମର୍ଥ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.