ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Published By : Prameya-News7 Bureau | July 31, 2018 IST

ଓଡିଶାର ଉତ୍ତର ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି | ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି | ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି | ୩ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବା ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ | ସାରା ଓଡିଶାରେ ବର୍ତ୍ତମାନ ସୁଦ୍ଧା ଆବଶ୍ୟକତା ଠାରୁ ୬% ବର୍ଷା ହୋଇଛି | ୩ ଟି ଜିଲ୍ଲାରେ ଆବଶ୍ୟକତା ଠାରୁ କମ ବର୍ଷା ହୋଇଛି | ନବରଙ୍ଗପୁରରେ ୩୧% କମ, ବଲାଙ୍ଗୀରରେ ୨୯% କମ ଓ ନୂଆପଡାରେ ୨୫% କମ ବର୍ଷା ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.