କାଲିଠୁ ବଦଳିବ ପାଗ; ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | September 18, 2018 IST

ଭୁବନେଶ୍ୱର ୧୮/୯ : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ | ଯାହା ଫଳରେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବ | ଓଡିଶାର ବିଭିନ୍ନ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି | ବିଶେଷକରି ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି | ୨୦ ଏବଂ ୨୧ରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି | ଗଞ୍ଜାମ, ଗଜପତି, କୋରାପୁଟ, ପୁରୀ, କନ୍ଧମାଳ, ଆଦି ଜିଲ୍ଲାରେ ପ୍ରବଳରୁ ବର୍ଷା ହେବ | ସମୁଦ୍ର ଅଶାନ୍ତ ରହିବାରୁ ୨୧ ପର୍ଯ୍ୟନ୍ତ ସମୁଦ୍ର ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି | ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଆଜି ମଧ୍ୟ ରାତ୍ର ପୂର୍ବରୁ ଫେରି ଆସିବାକୁ ସତର୍କ କରାଯାଇଛି | ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଠାରୁ ୧୦ ପ୍ରତିଶତ ଅଧିକ ମୌସୁମୀ ବର୍ଷା ରେକର୍ଡ କରାଯାଇଛି | ବଲାଙ୍ଗିରରେ ଆବଶ୍ୟକତାଠାରୁ ୨୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.