ଆହୁରି ୨ଦିନ ବର୍ଷିବ ! ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି
6/03/2020 at 12:07 PM

ଭୁବନେଶ୍ବର ୬।୩: ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶରୁ ତାମିଲନାଡୁ ପର୍ଯ୍ୟନ୍ତ ଟ୍ରପ୍ ଲାଇନ୍ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଝିପି ଝିପି ବର୍ଷା ଲାଗି ରହିଛି । ଏହି ବର୍ଷା ଆହୁରି ୨ ଦିନ ଲାଗିରହିବ ।
ବରଗଡ଼, ଝାରସୁଗୁଡା, ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଦେବଗଡ, ମୟୁରଭଞ୍ଜ ଏବଂ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୩୦ରୁ ୪୦ କିଲୋମିର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆଗାମୀ ୯ ତାରିଖରୁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଶୁକ୍ରବାର କଟକରେ ବର୍ଷା ୬.୮ମିଲିମିଟର ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ୩.୭ମିଲିମିଟର ରେକର୍ଡ଼ ହୋଇଛି । ଦାରିଙ୍ଗବାଡିରେ ସର୍ବାଧିକ ପରିମାଣର ବର୍ଷା ୫୧.୦୦ ମିଲିମିଟର ରେକର୍ଡ ହୋଇଛି ।