ଲଘୁଚାପରେ ପରିଣତ ଘୂର୍ଣ୍ଣିବଳୟ, ରାଜ୍ୟରେ ୨୫ଯାଏଁ ହେବ ପ୍ରବଳ ବର୍ଷା

Published By : Prameya-News7 Bureau | August 19, 2019 IST

ଭୁବନେଶ୍ବର ୧୯|୮: ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ୨୫ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଲଘୁଚାପ ପ୍ରଭାବରେ ଅଗଷ୍ଟ ୨୨ରୁ ମହାନଦୀ ଉପରମୁଣ୍ଡ ଛତିଶଗଡରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାରୁ ସମ୍ଭାବନା ଥିବାରୁ ମହାନଦୀର ଜଳସ୍ତର ପୁଣି ବଢିବ। ମହାନଦୀରେ ଜଳସ୍ତର ବଢିଲେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଝାଡଖଣ୍ଡ ସଂଲଗ୍ନ ଅଞ୍ଚଳ ପରେ ବିହାର ଓ ଉତ୍ତରପ୍ରଦେଶ ଉପରେ ରହିବ।

ପରବର୍ତ୍ତୀ ସମୟରେ ଏହା ଛତିଶଗଡ ଓ ମଧ୍ୟପ୍ରଦେଶ ଉପରେ ରହିବ। ତାହା ଲମ୍ବି ଓଡିଶା ସମେତ ଉତ୍ତର ବଙ୍ଗୋପସାଗରରେ ବି ରହିବ। ଯାହା ପ୍ରଭାବରେ ୨୧ ଓ ୨୨ ତାରିଖରୁ ବର୍ଷା ବଢିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.