ଟ୍ରପ୍ ଲାଇନ୍ ପ୍ରଭାବ : ଆହୁରି ବର୍ଷିବ ୨ ଦିନ

Published By : Prameya-News7 Bureau | September 26, 2019 IST

ଭୁବନେଶ୍ବର ୨୬।୯: ଆହୁରି ୨ ଦିନ ବର୍ଷିବ । ତେଲେଙ୍ଗାନା ଅଞ୍ଚଳର ଘୂର୍ଣ୍ଣିବଳୟ ସକ୍ରିୟ ରହିବା ସହ ମୌସୁମୀ ମଧ୍ୟ ସକ୍ରିୟ ହୋଇଛି ।

ତେଲେଙ୍ଗାନା ଛତିଶଗଡ ଦେଇ ଆଭ୍ୟନ୍ତରୀଣ ଓଡିଶା ଉପରେ ଏକ ଟ୍ରପ୍ ଲାଇନ ରହିଛି । ଯାହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ସୁନ୍ଦରଗଡ, ମୟୁରଭଞ୍ଜ, ଝାରସୁଗୁଡା, ବରଗଡ, ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ।

ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୧୦୨.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ପୁରୀରେ ୭୧.୩ରେ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.