ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ : ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା

Published By : Prameya-News7 Bureau | September 28, 2019 IST

ଭୁବନେଶ୍ବର ୨୮।୯: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର-ପୂର୍ବ ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୨୯ ଓ ୩୦ ତାରିଖରେ ସମୁଦ୍ର ଅଶାନ୍ତ ରହିବା ସହିତ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ଯାହାକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ତେବେ ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେଉଛି ।

ସେପ୍ଟେମ୍ବର ସରିବାକୁ ବସିଥିଲେ ମଧ୍ୟ ମୌସୁମୀ ଯିବାର ନାଁ ନେଉନି । ସାଧାରଣତଃ ସେପ୍ଟେମ୍ବର ଶେଷ ସପ୍ତାହରେ ମୌସୁମୀ ଯିବା ପରେ ଶୀତ ଆସିଥାଏ । ଚଳିତ ବର୍ଷ ମୌସୁମୀ ଫେରିବାରେ ବିଳମ୍ବ ହେତୁ ଶୀତ ମଧ୍ୟ ବିଳମ୍ବରେ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.