ଉତ୍ତର ବଙ୍ଗୋପସାଗରରେ ଲଘୁଚାପ, ୩ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା

Published By : Prameya-News7 Bureau | June 28, 2019 IST

ଭୁବନେଶ୍ବର ୨୮|୬: ପ୍ରତୀକ୍ଷାର ଅବସାନ ଘଟିଲା । ଆରମ୍ଭ ହେଲା ବର୍ଷା । ଅସହ୍ୟ ଗୁଳୁଗୁଳି ଓ ଗରମରୁ ଆଶ୍ବସ୍ତି ରାଜ୍ୟବାସୀଙ୍କୁ ଆଶ୍ବସ୍ତି । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଓଡିଶାରେ ସକ୍ରିୟ ହୋଇଛି ମୌସୁମୀ । ମୌସୁମୀ ପ୍ରଭାବ ଯୋଗୁଁ ଆରମ୍ଭ ହୋଇଯାଇଛି ବର୍ଷା ।

ତିନି ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ଗତ ରାତିରୁ ବର୍ଷା ହେବା ପରେ ପାଗ ବଦଳିଛି । ତାପମାତ୍ରା କମିବା ସହ ପାଗ ମେଘୁଆ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.