ଟ୍ରପ୍ ଲାଇନ୍ ପ୍ରଭାବ : ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

Published By : Prameya-News7 Bureau | August 20, 2019 IST

ଭୁବନେଶ୍ବର ୨୦|୮: ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ବଡ ବର୍ଷାର ସମ୍ଭାବନା ନାହିଁ । ୨୨ ତାରିଖଠାରୁ ବର୍ଷାର ପରିମାଣ ବଢିବ । ୨୪ ତାରିଖ ଯାଏଁ ଏଭଳି ସ୍ଥିତ ଲାଗି ରହିବ । ଉତ୍ତର ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଉପରେ ଲଘୁଚାପ ପ୍ରଭାବରେ ଓଡିଶାରେ ପାଗ ମେଘୁଆ ରହୁଛି ।

ତେବେ ୨୨ ତାରିଖ ଯାଏ ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ସେହିପରି ୨୩ ଓ ୨୪ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.