ଆହୁରି ୨୪ ଘଣ୍ଟା ବର୍ଷା ସମ୍ଭାବନା, ୩୦ରୁ ୪୦କି.ମି. ବେଗରେ ବହିପାରେ ପବନ
7/03/2020 at 11:24 AM

ଭୁବନେଶ୍ବର ୭।୩: ଆହୁରି ୨୪ ଘଣ୍ଟା ବର୍ଷା ସମ୍ଭାବନା । ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଛ । ଏହା ସହ ଅନେକ ସ୍ଥାନରେ ମଧ୍ୟ କୁଆପଥର ବର୍ଷା ହୋଇଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।
୯ ତାରିଖରୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ପୁଣି ୧୦ ରୁ ୧୩ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।