ମାଡିଆସୁଛି ବାତ୍ୟା ‘ଫାନି’ : ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା, ବନ୍ଦର ଗୁଡିକରେ ୨ନଂ ବିପଦ ସଙ୍କେତ ଜାରି

Published By : Prameya-News7 Bureau | April 28, 2019 IST

ଭୁବନେଶ୍ବର ୨୮|୪: ବାତ୍ୟା ‘ଫାନି’ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ବାତ୍ୟା ‘ଫାନି’ ଆନ୍ଧ୍ର ମଛଲିପଟନମ୍‌ଠାରୁ ୧୨୩୦ କିମି ଦୂରରେ ରହିଛି । ଓଡିଶାରୁ ପ୍ରାୟ ୧୫୦୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି ବାତ୍ୟା ‘ଫାନି’ ।

{"id":108324}

ଏହାର ପ୍ରଭାବରେ ମେ’ ୨ ତାରିଖରୁ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୩ରେ ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ବନ୍ଦର ଗୁଡିକରେ ୨ ନଂ ବିପଦ ସଙ୍କେତ ଜାରି କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

{"id":95898}

ଅନ୍ୟପଟେ ରାଜ୍ୟରେ ଆଉ ୨ ଦିନ ଜାରି ରହିବ ଗ୍ରୀଷ୍ମ ଲହରି । ବଲାଙ୍ଗିର, ଟିଟିଲାଗଡ, ସୋନପୁର, ସମ୍ବଲପୁର, ବୌଦ୍ଧ ଜିଲ୍ଲା ପାଇଁ ହିଟ୍ ୱେଭ୍‌ ସତର୍କ ସୂଚନା ଜାରି କରାଯାଇଛି । ଏହାସହ ମୟୁରଭଞ୍ଜ, କୋରାପୁଟ, ଗଜପତି, ନବରଙ୍ଗପୁର, ବୌଦ୍ଧ, ସୋନପୁର ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.