ଆଜିଠୁ ରାଜ୍ୟରେ ବର୍ଷା ; ସତର୍କ ସୂଚନା ଜାରିକଲା ପାଣିପାଣ ବିଭାଗ

Published By : Prameya-News7 Bureau | February 08, 2019 IST

ଭୁବନେଶ୍ବର ୮|୨: ରାଜ୍ୟରେ କମିଛି ଶୀତ, ବଢୁଛି ପାରଦ । ଆଜି ପାଗ କୋହଲା ରହିବ । ଆଜିଠାରୁ କିଛି ସ୍ଥାନରେ ଘଡ ଘଡି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ବରଗଡ, ସୋନପୁର, ବଲାଙ୍ଗିରରେ ବର୍ଷା ହୋଇପାରେ । ୯ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ସମେତ ଉପକୂଳ ଓ ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବ । ୧୦ ତାରିଖରେ ଦେଓଗଡ, ଅନୁଗୁଳ, ଢ଼େଙ୍କାନାଳ,କେନ୍ଦୁଝର, ମୟୂରଭଞ୍ଜ ଓ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୧୧ ଓ ୧୨ରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେହିପରି କଟକ, ପୁରୀ, ଖୋର୍ଦ୍ଧାର କିଛି କିଛି ସ୍ଥାନରେ କୁହୁଡି ପ୍ରଭାବ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.