ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା

Published By : Prameya-News7 Bureau | December 28, 2018 IST

ଭୁବନେଶ୍ବର ୨୮|୧୨:  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ  ଓଡ଼ିଶାରେ ପାଗ ମେଘୁଆ ରହିବ। ଏହାସହ ୨-୩ଟି  ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଶୀତର ପ୍ରକୋପ ସାମାନ୍ୟ କମ୍ ରହିଛି। ତେବେ ୨୯ ତାରିଖରୁ ପୁଣି ଥରେ ଶୀତର ପ୍ରକୋପ ବଢିବ। ୨୯ରୁ ଜାନୁଆରୀ ୨ ଯାଏଁ ପାରଦ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ କରାଯାଇଛି । ୫ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଅନୁଗୋଳରେ ତାପମାତ୍ରା ୯.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା।  ସୁନ୍ଦରଗଡ଼ରେ  ୯.୧ ଡିଗ୍ରୀ,  ଦାରିଙ୍ଗିବାଡ଼ି  ୧୦ ଡିଗ୍ରୀ ,ବାଲେଶ୍ବର  ଓ ଭଦ୍ରକରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.