ଆସନ୍ତା ୧୦ତାରିଖ ଯାଏଁ ରାଜ୍ୟର ୧୬ଜିଲ୍ଲାରେ ବର୍ଷା, କୁଆପଥର ପଡିବା ସମ୍ଭାବନା

Published By : Prameya-News7 Bureau | February 06, 2020 IST

ଭୁବନେଶ୍ବର ୬।୨: ସାରା ରାଜ୍ୟରେ କୋହଲା ପାଗ । ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟର ୧୬ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ସୋନପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ରାୟଗଡ଼ା, ନୟାଗଡ଼, ପୁରୀ, ଖୋର୍ଦ୍ଧା ଏବଂ ଭଦ୍ରକ ଜିଲ୍ଲାରେ ବର୍ଷା ହୋଇପାରେ । ଏହା ସହ ଗେ।ଟିଏ ଦୁଇଟି ସ୍ଥାନରେ ବର୍ଷା ସହ କୁଆପଥର ପଡିବା ସମ୍ଭାବନା ରହିଛି ।

ତେବେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହୋଇଛି । ଦୁଇ ଦିନ ହେଲା ଶୀତ ସାଙ୍ଗକୁ ବର୍ଷା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଥିବାବେଳେ ଏଭଳି ସ୍ଥିତି ଆହୁରି ୫ ଦିନ ରହିବ। ୧୦ ତାରିଖ ପରଠୁ ପାଗରେ ପରିବର୍ତ୍ତନ ହେବା ସାଙ୍ଗକୁ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.