ଭିଜିବ ଅଧା ଓଡ଼ିଶା : ୧୫ଜିଲ୍ଲାରେ ଘଡଘଡି ସହ ବର୍ଷା, ୟେଲୋ ଓ୍ବାର୍ଣ୍ଣିଂ ଜାରି
10/03/2020 at 7:43 AM

ଭୁବନେଶ୍ବର ୧୦।୩: ହୋଲିରେ ଭିଜିବ ଅଧା ଓଡିଶା । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଆଜି ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଓଡିଶାରେ ବର୍ଷା ହେବ ।
କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ବରଗଡ ଓ ମୟୂରଭଞ୍ଜରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଏହାସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବ । ଆଜି ପାଇଁ କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Related Posts
ଏନସିସି ଛାତ୍ରୀଙ୍କୁ ଚାପିଦେଲା ଟ୍ରକ୍, ଘଟଣାସ୍ଥଳରେ ଉତ୍ତେଜନା
25 January 2021