ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା ୩୦ରୁ ବର୍ଷିବ

Published By : Prameya-News7 Bureau | June 27, 2019 IST

ଭୁବନେଶ୍ବର ୨୭|୬: ଦାନା ବାନ୍ଧୁଛି ଲଘୁଚାପ । ୩୦ରୁ ବର୍ଷିବ । ଜୁଲାଇ ପ୍ରଥମ ସପ୍ତାହରେ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ଅର୍ଦ୍ଧାଧିକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ୩୦ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହେବ । ଜୁଲାଇ ପହିଲା ବେଳକୁ ଲଘୁଚାପ ଅବପାତରେ ପରିଣତ ହେବ। ଏହାର ୨୪ ଘଣ୍ଟା ପରେ ଅର୍ଥାତ୍  ଜୁଲାଇ ୨ ବେଳକୁ ଆହୁରି ଶକ୍ତିଶାଳୀ ହେବ । ଏହା ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ଉପକୂଳ ଛୁଇଁବ। ପ୍ରଭାବରେ  ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ୪ ଦିନ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ। କେତେକ ସ୍ଥାନରେ ୨୦୦ ମିମିରୁ ଅଧିକ ପରିମାଣର ବର୍ଷା  ହୋଇପାରେ।

ଏହି ଲଘୁଚାପ ଦ୍ବାରା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣିଥରେ ଓଡ଼ିଶାରେ ସକ୍ରିୟ  ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତାହାକୁ ଦୃଷ୍ଟିରେ ରଖି ଅଧା ଓଡ଼ିଶା ପାଇଁ ସତର୍କ ସୂଚନା ଜାରି ହୋଇଛି। ଏଥିସହ ଜୁଲାଇ ୧ ରେ ମତ୍ସ୍ୟଜୀବୀମାନେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.