ସମ୍ଭାବ୍ୟ ବର୍ଷାକୁ ନେଇ ସଚିବାଳୟରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | August 14, 2018 IST

ସମ୍ଭାବ୍ୟ ବର୍ଷାକୁ ନେଇ ସଚିବାଳୟରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସମେତ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେଥିପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଜିଲ୍ଲା ସ୍ତରୀୟ ଓଡ୍ରାଫ ଟିମ୍ କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଅଗଷ୍ଟ ୧୫ । ସ୍ବାଧିନତା ଦିବସ ପାଳନ ସ୍ଥଳରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପରେଡରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କର ଯେଭଳି କୌଣସି ଅସୁବିଧା ନହେବ ସେଥିପ୍ରତି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏପଟେ ସମ୍ଭାବ୍ୟ ବର୍ଷାକୁ ଦେଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେବ କି ନାହିଁ ସେ ନେଇ ଜିଲ୍ଲା ସ୍ତରରେ ନିଷ୍ପତ୍ତି ନିଆଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ରାଜ୍ୟର ସବୁ ବଡ ବଡ ନଦୀର ଜଳପତ୍ତନ ବିପଦ ସଙ୍କେତ ତଳେ ରହିଛି । ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ସ୍ବାଭାବିକ୍ ଠାରୁ ୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଦେବଗଡ, ବଲାଙ୍ଗିର ଓ ସୁନ୍ଦରଗଡ ଜିଲ୍ଲାରେ ଅପେକ୍ଷାକୃତ କମ୍ ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.