ଆଗକୁ ବର୍ଷା : ୨୮ରୁ ୩୦ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | January 26, 2020 IST

ଭୁବନେଶ୍ବର ୨୬।୧: ଆଗାମୀ ୨୪ ଘଣ୍ଟା ପରେ ପାଗରେ ପରିବର୍ତ୍ତନ ହେବ। ଆସନ୍ତା ୨୮ରୁ ୩୦ ତାରିଖ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷାର ସମ୍ଭାବାନା ରହିଛି । କିଛି ସ୍ଥାନରେ ଘଡଘଡି ସହିତ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ । 

​ତେବେ ବର୍ଷା ହେଲା ପରେ ପୁଣି ଥରେ ଥଣ୍ଡା ବଢିବାର ସମ୍ଭାବନା ରହିଛି । ବିଶେଷକରି କଟକ, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ ଜିଲ୍ଲାମାନଙ୍କରେ ଘଡଘଡି ବିଜୁଳି ହେବ । ଆଜିଠାରୁ ରାତିର ତାପାମାତ୍ରା ବୃଦ୍ଧି ପାଇବ । ଫଳରେ ଶୀତ କମିବ । ଅନ୍ୟପକ୍ଷରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୩ଡିଗ୍ରୀ ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.