Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ତିନିଟି ସହରର ତାପମାତ୍ରା ଡେଇଁଲା ୩୩ ଡିଗ୍ରୀ, ଭୂମଧ୍ୟ ସାଗର ଅଂଚଳରେ ଘୁର୍ଣ୍ଣିଝଡ ଯୋଗୁଁ ୮ରୁ ୧୦ ଭିତରେ ବର୍ଷା

5/02/2019 at 7:45 PM

ଭୁବନେଶ୍ବର୫|୧: ରାତିରେ ଥଣ୍ଡା ଓ ଦିନରେ ଗରମ। ଏଭଳି ପାଗ ୭ ଯାଏ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା। ଦିନବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ଡେଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭୁମଧ୍ୟ ସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ଯୋଗୁ ଆସନ୍ତା ୮ରୁ ୧୦ ଭିତରେ କେତେକ ସ୍ଥାନରେ ବର୍ଷା ହୋଇପାରେ। ଉତ୍ତର ଓ କେନ୍ଦ୍ରୀୟ ଓଡିଶାରେ ମଧ୍ୟମ ଧରଣର ବର୍ଷା ସହ କାଳବୈଶାଖାର ସମ୍ଭାବନା ରହିଛି। ୭ପରେ ରାତିର ତାପମାତ୍ରା ବଢିବ। ୧୧ରୁ ପୁଣି ରାତିର ତାପମାତ୍ରା ହ୍ରାସ ପାଇବା ସହିତ ଶୀତ ଲେଉଟିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗତ ୨୪ ଘଣ୍ଟାରେ ୩୩ଡିଗ୍ରି ଟପିଛି ତିନିଟି ସହର। ତାଳଚେର,ଭୁବନେଶ୍ବର ଓ ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଟପିଛି।

   Related Posts