ଏହି ୫ ଜିଲ୍ଲାରେ ବର୍ଷା ସମ୍ଭାବନା, ଆହୁରି ଖସିବ ପାରଦ

Published By : Prameya-News7 Bureau | December 15, 2019 IST

ଭୁବନେଶ୍ବର ୧୫।୧: ଡିସେମ୍ବର ଅଧା ହେଲାଣି ଏଯାଏଁ ରାଜ୍ୟରେ ଶୀତର ପ୍ରକୋପ ନାହିଁ । ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଆଗକୁ ପାରଦ ଖସିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୁନ୍ଦରଗଡ, ଦେବଗଡ, ଅନୁଗୋଳ, କେନ୍ଦୁଝର ଓ ମୟୁରଭଞ୍ଜରେ ସ୍ବଳ୍ପ ପରିମାଣର ବର୍ଷା ହେବ । ବାକି ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ ।

ସେହିପରି ଆସନ୍ତା ୩ ଦିନ ଉତ୍ତର ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ କୁହୁଡି ହେବ । ୧୬ ତାରିଖ ପରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.