ବାତ୍ୟାରେ ପରିଣତ ହେଲା ଘୂର୍ଣ୍ଣିଝଡ ହିକା- ଓମାନରେ କରିବ ଲ୍ୟାଣ୍ଡ ଫଲ୍‌, ଲଘୁଚାପ ପ୍ରଭାବରେ ଓଡିଶା ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | September 25, 2019 IST

ନୂଆଦିଲ୍ଲୀ - ଆରବ ସାଗରେ ସୃଷ୍ଟ ଘୂର୍ଣ୍ଣିଝଡ ହିକା ଏହେ ବାତ୍ୟାର ରୂପ ନେବା ସହ ଓମାନ ଉପକୂଳ ଅତିକ୍ରମ କରିବ । ଏହା ଭାରତର ପଶ୍ଚିମ ଉପକୂଳରେ କୌଣସି ପ୍ରଭାବ ପକାଇବାର ସମ୍ଭାବନା ନାହିଁ । ଓମାନରେ ଏହା ଲ୍ୟାଣ୍ଡଫଲ୍‌ କରିବା ସମୟରେ ଅତି ଭୀଷଣ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ ଏହି ସମୟରେ ୧୨୦ କିଲୋମିଟରୁ ଅଧିକ ବେଗରେ ପବନ ବହିବାର ଆଶଙ୍କା କରାଯାଉଛି । ଓମାନର ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୩ଟାରୁ ୭ ଟା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ । ଏଥିପାଇଁ ଓମାନର କେତକାଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି । କେବଳ ସେତିକି ନୁହଁ ହିକା ପ୍ରଭାବରେ ଓମାନ ଉପକୂଳରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ଭିତରେ ଗୁଜୁରାଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏକ ଟ୍ରାଫ ଲାଇନ୍‌ ବଙ୍ଗୋପ ସାଗର ପର୍ଯ୍ୟନ୍ତ ବିକଶିତ ହୋଇଛି । ଏଥିଯୋଗୁଁ ଗୁଜୁରାଟ ଓ ମହାରାଷ୍ଟ୍ରରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଓଡିଶା , ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସ୍କାଏମେଟ ଅନୁସାରେ ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳ , ଝାଡଖଣ୍ଡ ଓ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।


ସେହପରି କେରଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଦକ୍ଷିଣ ଭାରତରେ ଅନେକ ରାଜ୍ୟରେ ବର୍ଷା ହେବ ବୋଲି ସ୍କାଏମେଟ୍‌ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.